Spread the love

ନୂଆଦିଲ୍ଲୀ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଜି ଏନସିବି ଅଧିକାରୀ ମାନେ ପୁଣି ୬ଜଣ ଙ୍କୁ ଗିରଫ କରିଛନ୍ତି । ତେବେ ପୂର୍ବରୁ ଡ୍ରଗ୍ସ ଲିଙ୍କ କେସରେ ଏନସିବି ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା । ତେବେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏହି କେସରେ ସାମିଲ ଥିବା ତିନି ସହଯୋଗୀଙ୍କ ଅଭିନେତ୍ରୀଙ୍କ ନାମ କହିଥିଲେ ।ଏହି ତଦନ୍ତରେ ଆଗକୁ ଆଉ କିଛି ନାଁ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି। କିଛି ଦିନ ପୂର୍ବରୁ ରିୟା ବଲିଉଡର ୮୦ ପ୍ରତିଶତ ବ୍ୟକ୍ତି ଡ୍ରଗ୍ସ ଧନ୍ଦାରେ ସାମିଲ୍ ଥିବା ନେଇ ଏନସିବି ଆଗରେ କହିଥିଲେ ।ଅନ୍ୟପଟେ ଏନସିବି ଏହି ମାମଲାରେ ବଲିଉଡର ୨୫ ଜଣଙ୍କ ତାଲିକା ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here