Spread the love

ମୁମ୍ୱାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତାଙ୍କ ପ୍ରେମିକା ତଥା ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଗିରଫ କରି ଜେଲ ପଠାଯାଇଛି । ତେବେ ଆଜି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏହି କେସରେ ସାମିଲ ଥିବା ତିନି ସହଯୋଗୀଙ୍କ ନାମ କହିଛନ୍ତି।ରିଆ ଚକ୍ରବର୍ତ୍ତୀ ଯେଉଁ ତିନି ଜଣଙ୍କ ନାମ ନେଇଛନ୍ତି ସେମାନେ ହେଲେ ସାରା ଅଲ୍ଲୀ ଖାନ୍, ରକୁଲ ପ୍ରୀତ ସିଂହ ଅନ୍ୟ ଜଣେ ସିମୋନ୍ ଖୋମ୍ୱାଟା ।ଏହି ତଦନ୍ତରେ ଆଗକୁ ଆଉ କିଛି ନାଁ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି। କିଛି ଦିନ ପୂର୍ବରୁ ରିୟା ବଲିଉଡର ୮୦ ପ୍ରତିଶତ ବ୍ୟକ୍ତି ଡ୍ରଗ୍ସ ଧନ୍ଦାରେ ସାମିଲ୍ ଥିବା ନେଇ ଏନସିବି ଆଗରେ କହିଥିଲେ ।ଅନ୍ୟପଟେ ଏନସିବି ଏହି ମାମଲାରେ ବଲିଉଡର ୨୫ ଜଣଙ୍କ ତାଲିକା ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here