Spread the love

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ ନାୟିକା କଙ୍ଗନା ରାଣାୱତ ନିଜର ବୟାନ ପାଇଁ ବେଶ ଚର୍ଚ୍ଚାରେ ରହିଆସିଛନ୍ତି । ନିକଟରେ ଏକ ବିବାଦୀୟ ମନ୍ତବ୍ୟକୁ ନେଇ କଙ୍ଗନା ରାଣାୱତ ଓ ଶିବସେନ‌ାର ନେତା ସଞ୍ଜୟ ରାଉତ୍ ଦୁହେଁ ମୁହାଁମୁହିଁ ହୋଇଥିଲେ ।ମୁମ୍ବାଇ କଙ୍ଗନାଙ୍କୁ ପାକିସ୍ତାନ‌ ଅଧୀକୃତ କାଶ୍ମୀର ପରି ଲାଗୁଛି ବୋଲି ସେ ଟୁଇଟ କରିଥିଲେ । ଏହାର ପ୍ରତିକ୍ରିୟା ରଖି ସଞ୍ଜୟ ରାଉତ୍ କହିଥିଲେ ଯେ, ଯଦି ଏତେ ଭୟ ଲାଗୁଛି ତେବେ ସେ ମୁମ୍ବାଇ ଆସିବା ଉଚିତ ନୁହେଁ । ତେବେ ଏହି ବୟାନକୁ ଆକ୍ଷା କରି କଙ୍ଗନା ଟୁଇଟ କରି ଲେଖିଛନ୍ତି ,ମୁଁ ଦେଖୁଛି ଯେ ଅନେକ ଲୋକ ମୋତେ ମୁମ୍ବାଇ ନଯିବା ପାଇଁ ଧମକ ଦେଉଛନ୍ତି। ସେଥିପାଇଁ ମୁଁ ନିଷ୍ପତ୍ତି ନେଇଛି ଯେ ଆସନ୍ତା ସପ୍ତାହ ସେପ୍ଟେମ୍ବର ୯ ତାରିଖରେ ମୁମ୍ବାଇ ଯିବି। କାହା ବୋପାର ସାହସ ଅଛି ମୋତେ ଅଟକେଇ ଦେଖାନ୍ତୁ । ଅନ୍ୟପଟେ କଙ୍ଗନାଙ୍କ ଏହି ଟୁଇଟର ପ୍ରତିକ୍ରିୟା ରଖି ଶିବସେନା ବିଧାୟକ ସଞ୍ଜୟ ରାଉତ କହିଛନ୍ତି ଯେ ଏନେଇ ମୁଁ କିଛି ବି କହିବି ନାହିଁ। ତାଙ୍କ ପରି ଭାଷା ମଧ୍ୟ ପ୍ରୟୋଗ କରିବି ନାହିଁ। ମୁଁ ମହିଳାଙ୍କ ସମ୍ମାନ କରେ। କଙ୍ଗନା ମୁମ୍ବାଇ ପୁଲିସ୍‌ର ଅପମାନ କରିଛନ୍ତି। କଙ୍ଗନାଙ୍କର ମାନସିକ ସନ୍ତୁଳନ ଠିକ୍‌ ନାହିଁ।

LEAVE A REPLY

Please enter your comment!
Please enter your name here