Spread the love

ମୁମ୍ବାଇ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଜି ଏନସିବି ପକ୍ଷରୁ ରିୟାଙ୍କୁ ଦୀର୍ଘ ୬ଘଣ୍ଟା ଧରି ଜେରା କରାଯାଇଥିଲା । ଏନସିବି ଆଗରେ ଆଜି ରିୟା ଏକ ବଡ ଧରଣର ଖୁଲାସା କରିଛନ୍ତି।ସେ ସୁଶାନ୍ତଙ୍କ ପାଇଁ ନିଜ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜରିଆରେ ଡ୍ରଗସ ମଗାଉଥିବା ସ୍ବୀକାର କରିଛନ୍ତି ।ଏହି ଡ୍ରଗସ ମାମଲାରେ ବାସିତ ନାମକ ଜଣେ ଡ୍ରଗସ ମାଫିଆ ସାମିଲ ଅଛି । ଡ୍ରଗସ ମାଫିଆ ବାସିତ ତାଙ୍କ ଘରକୁ ଆସୁଥିଲା ଏବଂ ସୌଭିକ ସୁଶାନ୍ତଙ୍କ ପାଇଁ ବାସିତ ଠାରୁ ଡ୍ରଗସ କିଣୁଥିଲେ। ଏହି ତଥ୍ୟ ସମ୍ନାକୁ ଆସିବା ପରେ ଏନସିବି ଖୋଳତାଡ ଜୋରଦାର କରିଛି। ଏହା ସହିତ ଅନେକ ଇଲାକାରେ ମଧ୍ୟ ଚଢାଉ ଜାରି ରଖିଛି ।ଏନସିବି ରିୟାଙ୍କ ଭାଇ ସୌଭିକ ସମେତ ୭ ଜଣଙ୍କୁ ଗିରଫ କରିଛି। ଏଥିରେ ସାମୁଏଲ ମିରାଣ୍ଡା, କରଣ, କୈଜାନ, ଦୀପେଶ ସାଓ୍ଵନ୍ତ ଓ ଜୈଦ ସାମିଲ ଥିବା ଆଶଙ୍କା କରାଯାଉଛି । ଏନସିବି ଆଜି ରିୟାଙ୍କୁ ଗିରଫ କରିନାହିଁ। ଅଧିକ ତଦନ୍ତ ପାଇଁ ସୋମବାର ପୁଣି ଥରେ ରିୟାଙ୍କୁ ସମନ ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here