Spread the love

ମୁମ୍ବାଇ : ସିନେଷ୍ଟାର ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସୁପ୍ରିମ କୋର୍ଟ ସି.ବି.ଆଇ ତଦନ୍ତକୁ ସବୁଜ ସଙ୍କେତ ଦେବାପରେ ସି.ବି.ଆଇ ପକ୍ଷରୁ ତତ୍ପରତା ବୃଦ୍ଧି ପାଇଛି । ଇତି ମଧ୍ୟରେ ଗୁରୁବାର ପୂର୍ବାହ୍ନରୁ ସି.ବି.ଆଇ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସି.ବି.ଆଇର ଗଠିତ ଏସ୍‌.ଆଇ.ଟି ଟିମ୍‌ ମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁର ବିଭିନ୍ନ ଦିଗ ସଂପର୍କରେ ତଦନ୍ତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ତଦନୁସାରେ ସି.ବି.ଆଇ ତଦନ୍ତ ଆରମ୍ଭ ହେବ । ଏହାଛଡ଼ା କାହା କାହାକୁ ସି.ବି.ଆଇ ତଦନ୍ତର ପରିସରଭୁକ୍ତ କରିବ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here