Spread the love

ମୁମ୍ବାଇ : ବଲିଉଡ ଷ୍ଟାର ସୁଶାନ୍ତଙ୍କ ମୃତ୍ୟୁର ୨ମାସ ପରେ ବି ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା କମିବାରେ ନାଁ ନେଉ ନାହିଁ । ସୁଶାନ୍ତ ଓ ତାଙ୍କ ପିତାଙ୍କ ମଧ୍ୟରେ ଭଳ ସଂପର୍କ ନଥିଲା । ପିଲା ବେଳୁ ସୁଶାନ୍ତଙ୍କ ପିତା ଓ ମାତା ଅଲଗା ହୋଇ ଯାଇଥିଲେ । ସୁଶାନ୍ତ ତାଙ୍କ ମାଆଙ୍କ ସହ ଅଧିକ ନିବିଡ ଥିଲେ । କାରଣ ଯେକୌଣସି ଛୋଟ ପିଲା ନିଜ ମାଆ ସହ ଅଧିକ ନିବିଡ ହୋଇଥାଏ ବୋଲି ଅଭିନେତ୍ରୀ ତଥା ମୃତ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ଏକ ଜାତୀୟ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସିବିଆଇ ରିଆଙ୍କୁ ଗତ ଦୁଇ ଦିନ ଧରି ଲଗାତାର ପଚରା ଉଚରା ଚଳାଇଥିବା ବେଳେ ରିଆ ଲଗାତାର ଦୁଇ ଦିନ ଧରି ଦୁଇଟି ଗଣମାଧ୍ୟମରେ ସାକ୍ଷାତକାର ଦେଇ ବିଭିନ୍ନ ସଫେଇ ଦେବା ଆରମ୍ଭ କରି ଦେଇଛନ୍ତି । ରିଆ ଏହି ସାକ୍ଷାତକାରରେ ଆହୁରି କହିଛନ୍ତି ଯେ, ସୁଶାନ୍ତଙ୍କ ସହ ତାଙ୍କ ପରିବାର ଲୋକଙ୍କର ସଂପର୍କ ଭଲ ନଥିଲା । ତାଙ୍କ ଭଉଣୀ ଓ ଭିଣୋଇଙ୍କ ଘରକୁ ସୁଶାନ୍ତ ଗତ ଜାନୁଆରୀ ମାସରେ କାର ଯୋଗେ ଚଣ୍ଡିଗଡ଼ ରହିବାକୁ ଯାଇଥିଲେ । ସୁଶାନ୍ତଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗତ ୨୦୧୯ ମସିହାରେ ଆରମ୍ଭ ହୋଇଥିଲା । ତେବେ ପ୍ରେମ ପାଇଁ ତାଙ୍କୁ ଏବେ ବହୁ ମୂଲ୍ୟ ଦେବାକୁ ପଡୁଛି ବୋଲି ସେ ପାଲଟା ଅଭିଯୋଗ ଆଣିଛନ୍ତି । ଏହାଛଡା ଗତବର୍ଷ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଅର୍ଦ୍ଧରାତ୍ରୀରେ ମଦ୍ୟ ପାନ କରି ତାଙ୍କର ସମ୍ବେଦନଶୀଳ ଅଂଶକୁ ସ୍ପର୍ଶକରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏହାଛଡ଼ା ସୁଶାନ୍ତ ମୃତ୍ୟୁର ୨ମାସ ପୂର୍ବରୁ ବିକଳ ହୋଇ ତାଙ୍‌କ ଭଉଣୀଙ୍କୁ ମୁମ୍ବାଇରେ ରହିବା ପାଇଁ ଡାକିଥିଲେ ମଧ୍ୟ ସେ ଆସିନଥିଲେ ବୋଲି ରିଆ କହିଛନ୍ତି । ତେବେ ଡ୍ରଗସ ସେବା ଘଟଣା ସଂପର୍କରେ ସେ କିଛି ମୁହଁ ଖୋଲି ନାହାନ୍ତି ।  

LEAVE A REPLY

Please enter your comment!
Please enter your name here