Spread the love

ମୁମ୍ବାଇ: ସୁଶାନ୍ତଙ୍କ ଭଉଣୀ ଡାକ୍ତରଙ୍କ ବିନା ପରାମର୍ଶରେ ହଠାତ ଔଷଧ ପରିବର୍ତ୍ତନ କରିଦେଇଥିଲେ । ଫଳରେ ଜୁନ ୮ ତାରିଖରେ ଏହାକୁ ନେଇ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଓ ରିଆଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ରିଆ ସୁଶାନ୍ତଙ୍କ ଘର ଛାଡି ଦେଇଥିଲେ ବୋଲି ରିଆଙ୍କ ଓକିଲ ସତୀଶ ମନିଶସିନ୍ଧେ କହିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ସୁଶାନ୍ତଙ୍କ ମସ୍ତିଷ୍କର ବ୍ୟଗ୍ରତା ସଂପର୍କରେ ଜାଣିଥିଲେ । ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ସେ ୩ଟି ଔଷଧ ତାଙ୍କୁ ସେବନ କରିବାକୁ ଦେଇଥିଲେ । ଏହି ଘଟଣାକୁ ନେଇ ରିଆ ଓ ପ୍ରିୟଙ୍କାଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା । ପରେ ରିଆ କାହାରିକୁ କିଛି ନକହି ସୁଶାନ୍ତଙ୍କ ଘର ଛାଡି ନିଜ ଫ୍ଲାଟକୁ ପଳାଇ ଯାଇଥିଲେ । ଏହି ଘଟଣା ସଂପର୍କରେ ସୁଶାନ୍ତଙ୍କ ଭଉଣୀ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ଆଗକୁ ବହୁ ରହସ୍ୟ ବାହାରିବ ବୋଲି ରିଆଙ୍କ ଓକିଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here