Spread the love

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ତିନୋଟି କମ୍ପାନୀ ପ୍ରତିଷ୍ଠା କରିଥିଲେ ଏବଂ ତାଙ୍କର ସମସ୍ତ ରୋଜଗାର ସେଥିରେ ବିନିଯୋଗ କରିଥିଲେ। ଖବର ଅନୁଯାୟୀ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସେହି ଦୁଇଟି କମ୍ପାନୀର ନିର୍ଦ୍ଦେଶକ ଥିବା ବେଳେ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଅତିରିକ୍ତ ନିର୍ଦ୍ଦେଶକ ଥିଲେ । ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପଚରାଉଚରା ବେଳେ ରିୟା ଏହି କମ୍ପାନୀ ଗୁଡିକରେ ତାଙ୍କ ବିନିଯୋଗ ଏବଂ ଆର୍ଥିକ କାରବାର ବିଷୟରେ କୌଣସି ସୂଚନା ପ୍ରକାଶ କରି ନାହାଁନ୍ତି। ମୁମ୍ବାଇ ପୋଲିସ ବର୍ତ୍ତମାନ ଏହି କମ୍ପାନୀ ଗୁଡିକ ବିଷୟରେ କିଛି ସୂଚନା ପାଇଛି ଏବଂ ରିୟାଙ୍କ ନିବେଶ ଉପରେ ମଧ୍ୟ ଅନୁସନ୍ଧାନ କରିବ ବୋଲି ଜଣାଯାଇଛି। ସୂଚନାନୁସାରେ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରିବ। ଏ ସମ୍ପର୍କ ରେ ସଠିକ ତଥ୍ୟ ପାଇବା ପାଇଁ ଯାଞ୍ଚ ଚାଲିଛି।

LEAVE A REPLY

Please enter your comment!
Please enter your name here