Spread the love

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ କେନ୍ଦ୍ର ସରକାର ନିଜ ଆଡୁ ସର୍ବୋଚ୍ଚ ନ୍ୟାୟାଳୟରେ ପକ୍ଷ ହୋଇଛନ୍ତି । ଫଳରେ ମାମଲା ନୂଆ ମୋଡ ନେବା ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ ରିଆ ଚକ୍ରବର୍ତ୍ତୀଙ୍କୁ ସୁପ୍ରିମ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ପାଇଁ ମନା କରିବା ପରେ ତାଙ୍କ ସମସ୍ୟା ବଢ଼ିଯାଇଛି । କେନ୍ଦ୍ର ସରକାର ପୁନର୍ବାର ଏଥିରେ ନିଜ ଆଡୁ ପକ୍ଷ ହେବା ପରେ ଘଟଣା ଏବେ ଭିନ୍ନ ଓ ରାଜନୈତିକ ମୋଡ ନେବାରେ ଲାଗିଛି । ସୁପ୍ରିମକୋର୍ଟଙ୍କ ଗତକାଲିର ନିର୍ଦ୍ଦେଶ ପରେ ଆଜି ବିହାର ଆଇପିଏସ୍‌ ଅଫିସର ବିନୟ ତିୱାରୀଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ମହାରାଷ୍ଟ୍ର ସରକାର ଛାଡିଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ବାହାରିବା ପରେ ବିହାର କ୍ୟାଡରର ଆଇପିଏସ୍‌ ଅଫିସର ଜଣକ ମହାରାଷ୍ଟ୍ର ସରକାର କିଛି ଭଲ କରି ନାହାନ୍ତି ବରଂ ତଦନ୍ତରେ ବାଧା ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି । ଅନ୍ୟପକ୍ଷରେ ସୋସିଆଲ ମିଡ଼ିଆରେ ମଧ୍ୟ ସୁଶାନ୍ତଙ୍କ ପୂର୍ବତନ ସେକେଟାରୀଙ୍କ ଆତ୍ମହତ୍ୟା ମାମଲା ଭିନ୍ନ ଘଟଣା ଥିଲା ବୋଲି ପ୍ରଚାର ଚାଲିଛି । ସଂପୂର୍ଣ୍ଣ ମାମଲା ଏବେ ପ୍ରହେଳିକାମୟ ହୋଇଛି । କେନ୍ଦ୍ର ସରକାର ନିଜ ଆଡୁ ସୁପ୍ରିମ କୋର୍ଟରେ ପକ୍ଷ ହେବାକୁ ଆବେଦନ କରିବା ପରେ ରିଆଙ୍କ ଲାଗି ଶକ୍ତ ଧକ୍କା ବୋଲି ଆଇନ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here