Spread the love

ମୁମ୍ବାଇ
ଜୁନ ୧୪ରେ ବାନ୍ଦ୍ରା ସ୍ଥିତ ନିଜ ଘରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହୋଇଥିଲା । ସେହି ଦିନ ଠାରୁ ସୁଶାନ୍ତଙ୍କ ଅକାଳ ମୃତ୍ୟୁର ସିବିଆଇ ତଦନ୍ତ କରିବା ଲାଗି ତାଙ୍କ ଫ୍ୟାନ, ବନ୍ଧୁ ଏବଂ ପରିବାର ଲୋକ ଦାବି କରୁଛନ୍ତି । ଦିନ ଗଡିବା ସହିତ ଏହି ମାମଲା ଅଧିକ ସନ୍ଦେହ ଘେରକୁ ଚାଲିଯାଉଛି । ତେବେ ଶିବସେନା ନେତା ସଞ୍ଜୟ ରାଉତ ଏହି ଘଟଣାରେ ନୂଆ ଟ୍ୱିଷ୍ଟ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ କେକେ ସିଂହଙ୍କ ଦ୍ୱିତୀୟ ବିବାହକୁ ସୁଶାନ୍ତ ଗ୍ରହଣ କରିନଥିଲେ । ଏବେ ଏହି ମନ୍ତବ୍ୟକୁ ନେଇ ସୁଶାନ୍ତଙ୍କ ସମ୍ପର୍କୀୟ ନୀରଜ କୁମାର ବବଲୁ ସଞ୍ଜୟ ରାଉତଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି । ଏହି ନୋଟିସରେ ସେ ୪୮ ଘଣ୍ଟା ମଧ୍ୟରେ ନିଜ ବିବାଦୀୟ ମନ୍ତବ୍ୟ ଲାଗି ସର୍ବସାଧାରଣରେ କ୍ଷମା ମାଗିବା ପାଇଁ ସଞ୍ଜୟ ରାଉତଙ୍କୁ କହିଛନ୍ତି । ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ଶିବସେନାର ମୁଖପତ୍ର ସାମ୍ନାରେ ପ୍ରକାଶ ପାଇଥିବା ଏକ ସ୍ତମ୍ଭରେ ଦିମ୍ବଗତ ଅଭିନେତାଙ୍କ ପରିବାର ଏବଂ ଅଙ୍କିତା ଲୋଖାଣ୍ଡେଙ୍କ ସହ ଥିବା ସମ୍ପର୍କ ବିଷୟରେ ପ୍ରଶ୍ନ ଉଠାଇଥିଲେ । ସେ କେକେ ସିଂହଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଭଲ ନଥିଲା ବୋଲି ମଧ୍ୟ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here