Spread the love

ନୂଆଦିଲ୍ଲୀ: ଦିଲ୍ଲୀରେ ବିସ୍ଫୋରକ ସାମଗ୍ରୀ ସହ ଜଣେ ଆଇଏସ୍ଆଇଏସ୍ ଆତଙ୍କବାଦୀ ଗିରଫ ହେବାପରେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣର ଗୁମର ଖୋଲିବାକୁ ଲାଗିଛି । ତେବେ ଜାତୀୟ ରାଜଧାନୀ ରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା ଥିବା ଆଜି ଦିଲ୍ଲୀ ପୋଲିସ ସୂଚନା ଦେଇଛନ୍ତି । ଏହି ଆଇଏସ୍ଆଇଏସ୍ ଆତଙ୍କବାଦୀ ଠାରୁ ୨ଟି ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ ପ୍ରେସର୍ କୁକର୍ ଉଦ୍ଧାର କରାଯାଇଛି। ଗିରଫ ହୋଇଥିବା ଆତଙ୍କବାଦୀ ଜଣଙ୍କ ଗତ ଅଗଷ୍ଟ ୧୫ରେ ଜାତୀୟ ରାଜଧାନୀ ରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲେ । କିନ୍ତୁ କଡାକଡି ସୁରକ୍ଷା ଯୋଗୁ ତାହା ସଫଳ ହୋଇ ପାରିନଥିଲା । ସେଭଳି ଅଯୋଧ୍ୟାରେ ରାମ ମନ୍ଦିର ଶିଳାନ୍ୟାସ ଉତ୍ସବ ଦିନ ଏଭଳି ଏକ ଆତଙ୍କବାଦୀ ଆକ୍ରମଣ ଯୋଜନା ହୋଇଥିଲା କିନ୍ତୁ ତାହା ଅସଫଳ ହୋଇଥିବା ଡିସିପି କହିଛନ୍ତି ।ଗିରଫ ହୋଇଥିବା ଆଇଏସ୍ଆଇଏସ୍ ଆତଙ୍କବାଦୀଙ୍କ ପଛରେ ଅନ୍ୟ ବହୁତ ଜଣଙ୍କ ହାତ ଥିବା ସେ କହିଛନ୍ତି ।ଅନ୍ୟପଟେ ଆତଙ୍କବାଦୀ ଗିରଫ ହେବା ପରେ ଉତ୍ତରପ୍ରଦେଶରେ ହାଇଆଲର୍ଟ୍ ଜାରି କରାଯାଇଛି । ନୋଏଡାସ୍ଥିତ ଦିଲ୍ଲୀ ସୀମାରେ ସୁରକ୍ଷା ଯାଞ୍ଚକୁ ଜୋରଦାର କରାଯାଇଛି। ଦିଲ୍ଲୀ ଯାଉଥିବା ସମସ୍ତ ଯାନବାହାନକୁ କଡାକଡି ଯାଞ୍ଚ କରାଯାଉଛି। ସମସ୍ତ ପୋଲିସ କର୍ମଚାରୀ ସମେତ ଫିଲ୍ଡରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here