Spread the love

ୟୁପି:  ୟୁପି ବ୍ୟବସାୟୀଙ୍କ ବେକରେ ଗୁଳି ଲାଗିବା ପରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ତେବେ ଏହି ମାମଲାରେ ନିଲମ୍ବିତ ଆଇପିଏସ୍ ଅଧିକାରୀ ମାନିଲାଲ ପାଟିଦାରଙ୍କୁ ଉତ୍ତର ପ୍ରଦେଶ ପୋଲିସ ସନ୍ଦେହ କରୁଥିବା ଜଣାପଡିଛି । ସୂଚନା ଅନୁଯାୟୀ , ଗତ କିଛିଦିନ ତଳେ ୟୁପି ବ୍ୟବସାୟୀ ଜଣଙ୍କ ଆପିଏସ ଅଧିକାରୀ ଜଣଙ୍କ ଦୁର୍ନୀତି ମାମଲା ରେ ସାମିଲ ଥିବା ନେଇ ଏକ ଭିଡିଓ ଜାରି କରିଥିଲେ ।ଏହାକୁ ଭିତ୍ତି କରି ଆଇପିଏସ୍ ଅଧିକାରୀ ମାନିଲାଲ ପାଟିଦାରଙ୍କୁ ନିଲମ୍ବିତ କରାଯାଇଥିଲା । ଭିଡିଓଟି ଭାଇରାଲ ହେବା ପରେ ତାଙ୍କୁ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିବା ବେଳେ ତାଙ୍କ ବେକରେ ଗୁଳି ବାଜିଥିଲା । ତେବେ ଆଜି ତାଙ୍କର ମୃତ୍ୟୁ ଘଟିଛି ।ଏହି ମାମଲାରେ ଆଇପିଏସ୍ ଅଧିକାରୀ ମାନିଲାଲ ପାଟିଦାର ଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସେ ଫେରାର ଥିବା ପୋଲିସ କହିଛି । ତେବେ ୟୁପିର ଅଧିକାଂଶ ପୋଲିସ ଅଧିକାରୀ ମାଫିଆଙ୍କ ସଂସ୍ପର୍ଶରେ ଥିବା ଦେଖିବାକୁ ମିଲିଛି ।

LEAVE A REPLY

Please enter your comment!
Please enter your name here