Spread the love

ମୁମ୍ବାଇ: ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ସନ୍ଧୀପ ସିଂହ ନାମକ ଜଣେ ଯୁବକଙ୍କ ବିଭିନ୍ନ ସ୍ଥାନରେ ଉପସ୍ଥିତକୁ ନେଇ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସନ୍ଦୀପ ସିଂହ କି’ଏ ଓ ସେ ସୁଶାନ୍ତ ସିଂହଙ୍କ ସହ ତାଙ୍କର କଣ ସଂପର୍କ ରହିଛି ତାହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି । ନିଜକୁ ସୁଶାନ୍ତ ସିଂହଙ୍କ ନିକଟ ସଂପର୍କୀୟ ଭାବେ ବିଭିନ୍ନ ସମୟରେ ଦାବି କରିଥିବା ସନ୍ଧୀପ ସିଂହର ପ୍ରକୃତ ପରିଚୟକୁ ନେଇ ମଧ୍ୟ ବିବାଦ ଉଠିଛି । ଏପରିକି ସୁାଶାନ୍ତଙ୍କ ପୋଷ୍ଟ ମର୍ଟମ ସମୟରେ ସେ ଡାକ୍ତରଖାନାରେ ଉପସ୍ଥିତ ଥିଲେ । ବିଭିନ୍ନ ଗଣ ମାଧ୍ୟମରେ ସେ ମଧ୍ୟ ଅନେକ ଥର ସାକ୍ଷାତକାର ଦେଇ ସୁଶାନ୍ତଙ୍କ ଘନିଷ୍ଟ ଥିବା ଦର୍ଶାଇଥିଲେ । ତେବେ ତାଙ୍କର ବୟାନ ବାଜି ଓ ହାବଭାବକୁ ଦେଖି ସୁଶାନ୍ତଙ୍କ ପରିବାରେ ଲୋକେ ତାଙ୍କର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଇତି ମଧ୍ୟରେ ସି.ବି.ଆଇ ତାଙ୍କୁ ଜେରା କରିବ ବୋଲି ମଧ୍ୟ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here