Spread the love

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ତବଲିଘି ଜମାତର ଧର୍ମ ସମ୍ମିଳନୀ ସମ୍ପର୍କରେ ସିବିଆଇ ତଦନ୍ତ ଅନାବଶ୍ୟକ ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ସୁପ୍ରିମକୋର୍ଟର କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ଜମାତର କାର୍ଯ୍ୟକଳାପ ସମ୍ପର୍କରେ ଆଇନ ଅନୁସାରେ ଦୈନନ୍ଦିନ ତଦନ୍ତ ଚାଲିଛି । ଖୁବଶୀଘ୍ର ଅଦାଲତଙ୍କୁ ଏ ସମ୍ପର୍କରେ ରିପୋର୍ଟ ଦେବା ପାଇଁ ଉଦ୍ୟମ ଚାଲିଛି ବୋଲି ସତ୍ୟପାଠରେ କୁହାଯାଇଛି । କରୋନା ସଂକ୍ରମଣ ସମୟରେ ଜମାତ ଆଲୋଚନାର କେନ୍ଦ୍ର ପାଲଟିଥିଲା । ଏଥିରେ ଯୋଗ ଦେଇଥିବା ଦେଶବିଦେଶର ଅନେକ ସଂକ୍ରମିତ ହେବା ପରେ କିପରି ଦିଲ୍ଲୀ ସରକାର ଓ ପୋଲିସର ଅଜାଣତରେ ଏପରି ଧାର୍ମିକ ସମ୍ମିଳନୀ ହୋଇ ପାରିଲା ସେ ସମ୍ପର୍କରେ ସିବିଆଇ ତଦନ୍ତ କରିବା ପାଇଁ ଆଦେଶ ଦେବାକୁ ପ୍ରାର୍ଥନ କରି ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି ।

LEAVE A REPLY

Please enter your comment!
Please enter your name here