Spread the love

ହାଇଦ୍ରାବାଦ
ପ୍ରସିଦ୍ଧ ତେଲୁଗୁ ଅଭିନେତା ଜୟପ୍ରକାଶ ରେଡ୍ଡୀ ମଙ୍ଗଳବାର ସକାଳେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ସେ ୭୪ ବର୍ଷ ବୟସରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଜଣେ ଚରିତ୍ର ଅଭିନେତା ତଥା କମେଡି ଅଭିନେତା ଭାବେ ଲୋକପ୍ରିୟ ଥିଲେ । ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ବ୍ରହ୍ମପୂତ୍ରୁଡୁ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହା ସହିତ ସେ ପ୍ରେମିଚୁକୁନ୍ଦମ ରା, ଗବର ସିଂ, ଚେନ୍ନାକେଶବ ରେଡ୍ଡୀ, ସେଥାୟା, ଟେମ୍ପର ଆଦି ହିଟ ମୁଭିରେ ଅଭିନୟ କରିଥିଲେ । ଆଲାଗଡର ବାସିନ୍ଦା ଶ୍ରୀ ରେଡ୍ଡୀ ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ସେ ଅନେକ ସିନେମାରେ ରୟାଲ ସୀମାର ଡାଏଲଗ କହୁଥିଲେ । ତାଙ୍କ ମୃତ୍ୟୁରେ ଅନେକ ଅଭିନେତା, ରାଜନେତା, ନିର୍ଦ୍ଦେଶକ ଶୋକ ପ୍ରକାଶ କରିିଛନ୍ତି ।

LEAVE A REPLY

Please enter your comment!
Please enter your name here