Spread the love

ୱାଶିଂଟନ: ଆସନ୍ତା ୫ ତାରିଖରେ ହେବାକୁ ଯାଉଛି ଅଯୋଧ୍ୟାରେ ରାମମନ୍ଦିର ଭୂମି ପୂଜନ ନୀତି । ଏହି ଅବସରରେ ଉତ୍ତର ଆମେରିକାର ହିନ୍ଦୁ ମନ୍ଦିରଗୁଡ଼ିକରେ ଅନଲାଇନ ରାଷ୍ଟ୍ରୀୟ ପ୍ରାର୍ଥନା ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆମେରିକାର ହିନ୍ଦୁ ମନ୍ଦିର ଏକ୍ଜିକ୍ୟୁଟିଭ୍ କନଫରେନ୍ସ (ଏଚ୍ଏମ୍ଇସି) ଓ ହିନ୍ଦୁ ମନ୍ଦିର ପ୍ରିଷ୍ଟ କନଫରେନ୍ସ (ଏଚ୍ଏମପିସି) ପକ୍ଷରୁ ଏ ସମ୍ପର୍କରେ ସୂଚନା ଜାରି କରାଯାଇଛି ।ଏହି ଶୁଭ ଅବସରରେ ଆମେରିକା, କାନାଡ଼ା, କାରବିୟାନ ଦ୍ବୀପସମୂହର ମନ୍ଦିରଗୁଡ଼ିକରେ ୪ ତାରିଖ ସନ୍ଧ୍ୟାରେ ଶ୍ରୀରାମଙ୍କ ନିକଟରେ ‘ଚରଣ କମଳ ସେବା’ କରାଯିବ ।

LEAVE A REPLY

Please enter your comment!
Please enter your name here