Spread the love

ନୂଆଦିଲ୍ଲୀ
ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି ।ସୀମାରେ ଚୀନ ସେନା ପକ୍ଷରୁ ଗୁଳିମାଡ କରାଯାଇଛି । ତେବେ ଭାରତୀୟ ସେନା ଏହାର ଦୃଢ ଜବାବ ଦେଇଛି । ଏହା ସହିତ ଚୀନ ସେନା ଦକ୍ଷିଣ ପଙ୍ଗାଙ୍ଗ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରିଥିଲା । ତେବେ ଭାରତୀୟ ସେନା ଏହାର କଡା ଜବାବ ଦେଇଥିଲା । ଅପରପକ୍ଷେ ଚୀନ ସେନା ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଛି । ସେ ସୋମବାର ବିଳମ୍ବିତ ରାତିରେ ଭାରତୀୟ ସେନା ୱାର୍ଣି ଫାୟାର କରିଥିବା ଅଭିଯୋଗ କରିଛି । ଏହା ସହିତ ଭାରତୀୟ ସେନା ବେଆଇନ ଭାବେ ଏଲଏସିରେ ଅନୁପ୍ରବେଶ କରିଥିବା ସେ ଅଭଯୋଗ କରିଛି । ତେବେ ଏ ସମ୍ପର୍କରେ ଭାରତୀୟ ସେନା ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ ।ଆସନ୍ତା ୧୦ ତାରିଖରେ ଭାରତ-ଚୀନ ମଧ୍ୟରେ ବିଦେଶ ମନ୍ତ୍ରୀ ସ୍ତରୀୟ ଆଲୋଚନା ହେବାକୁ ଥିବାବେଳେ ଏଲଏସିରେ ଚୀନ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here