Spread the love

ଲଦାଖ : ମାତ୍ର କିଛି ଦିନ ଅନ୍ତରରେ ଚୀନ ଓ ଭାରତ ସୀମାରେ ପୁଣି ଉତ୍ତେଜନା ଦେଖା ଦେଇଛି । କାଲାଚୌକ ଅଞ୍ଚଳକୁ ଭାରତୀୟ ସେନା ସଂପୂର୍ଣ୍ଣ ଅକ୍ତିଆର କରି ରଖିଥିବା ବେଳେ ଚୀନ ପକ୍ଷରୁ ଅପରପାର୍ଶ୍ୱରେ ବିପୁଳ ସନ୍ୟ ମୁତୟନ କରାଯାଇଛି । ପରିସ୍ଥିତିକୁ ଦେଖି ଭାରତ ପକ୍ଷରୁ ମଧ୍ୟ ସେଠାରେ ସନ୍ୟବାହିନୀକୁ ଯଗା ଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟ ପକ୍ଷରୁ ସୀମାରେ ଟ୍ୟାଙ୍କର ସହ ଅନ୍ୟାନ୍ୟ ସୁଦ୍ଧାସ୍ତ୍ର ଫାଇରିଙ୍ଗ ସୀମା ମଧ୍ୟରେ ମୁତୟନ କରାଯାଇଥିବା ବେଳେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇ ପଡ଼ିଛି । ଅନ୍ୟପଟେ ଉଭୟ ପକ୍ଷର ସେନାବାହିନୀର ବରିଷ୍ଠ ଅଫିସର ସ୍ତରରେ କଥାବାର୍ତ୍ତା ମଧ୍ୟ ଚାଲୁ ରହିଛି । ତେବେ ଚୀନକୁ କୌଣସି ପରିସ୍ଥିତିରେ ବିଶ୍ୱାସ କରିହେବ ନାହିଁ ବୋଲି ବହୁ ରକ୍ଷା ବିଭାଗ ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଯେ କୌଣସି ସମୟରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଲାଗିବାର ସମ୍ଭାବନାକୁ ଏଡା ଯାଇ ପାରିବ ନାହିଁ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here