Spread the love

ମୁମ୍ବାଇ: କୋଭିଡ଼-୧୯ ପରିପ୍ରେକ୍ଷିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ବାର୍ଷିକ ଅଧିବେଶନକୁ ଅନୁଦ୍ଦିଷ୍ଟ କାଳ ଲାଗି ଘୁଞ୍ଚାଇ ଦିଆଯାଇଛି । ଏନେଇ ବିସିସିଆଇ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ବିସିସିଆଇର ଏହି ବୈଠକ ଲାଗି ସମୟ ହୋଇଥିଲେ ମଧ୍ୟ ଏବେ କୋଭିଡ଼-୧୯ ମହାମାରୀ ଚାଲିଥିବାରୁ ଅନ୍‌ ଲାଇନ୍‌ ମାଧ୍ୟମରେ ବୈଠକ କରାଇବା ଅସମ୍ଭବ ବୋଲି କୁହାଯାଇଛି । ଶେଷଥର ଲାଗି ଏହି ବୈଠକ ଗତ ୨୦୧୯ ମସିହା ଅକ୍ଟୋବର ମାସ ୧୯ ତାରିଖରେ ଅନୁଷ୍ଠିତ ହୋଇଥିଲା । ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ହେବା ପରେ ଶେଷଥର ଲାଗି ଏହି ବୈଠକ ସେତେବେଳେ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ମାସ ୩୦ ତାରିଖରେ ଏହାର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବା କଥା । ତେବେ ଏହି ବୈଠକକୁ ସ୍ଥଗିତ ରଖାଯିବା କଥାକୁ ବିସିସିଆଇ ସଂପାଦକ ଜୟ ଶାହା ସ୍ପଷ୍ଟ କରାଇଛନ୍ତି । କିଛି ଆଇନିଗତ ପ୍ରତିବନ୍ଧକ ଥିବା ଓ ବିସିସିଆଇ ତାମିଲନାଡୁ ସୋସାଇଟିଜ୍‌ ରେଜିଷ୍ଟ୍ରେସନ ଆକ୍ଟ-୧୯୭୫ ଅନୁଯାୟୀ ଗଠିତ ହୋଇଥିବାରୁ ଏହାର ବୈଠକକୁ ସ୍ଥଗିତ ରଖାଯାଇଥିବା ସେ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here