Spread the love

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ସହ ରାଜ୍ୟର ଉପନିର୍ବାଚନ ଏକାଠି କରିବା ପାଇଁ ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ବିଭିନ୍ନ ରାଜ୍ୟରେ ଖାଲି ପଡିଥିବା ୬୪ ବିଧାନସଭା ଆସନ ପାଇଁ ଏହି ଉପନିର୍ବାଚନ ଅନୁଷ୍ଠିତ ହେବ । ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ,ନିର୍ବାଚନ ଅଧିକାରୀଙ୍କ ସହ ମିଟିଂ ପରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଯୋଗ୍ୟ ,ଓଡିଶାର ୨ଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ହେବ । ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ କରାଯିବ ।ନଭେମ୍ବର ୨୯ ପୂର୍ବରୁ ବିହାର ନିର୍ବାଚନ ସାରିବା ଜରୁରୀ ଥିବାରୁ ଆଲୋଚନା ହୋଇଥିଲା ।ଉପଯୁକ୍ତ ସମୟରେ ନିର୍ବାଚନ ତାରିଖ ଜଣାଇଦିଆଯିବ ବୋଲି ଭାରତୀୟ ନିର୍ବାଚନ କମିଶନର କହିଛନ୍ତି ।

LEAVE A REPLY

Please enter your comment!
Please enter your name here