Spread the love

ଭୁବନେଶ୍ୱର: ସଫେଇ କର୍ମଚାରୀଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ‘ଗରିମା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ବିପଦପୂର୍ଣ୍ଣ ପରିମଳ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଚିହ୍ନଟ ସହ ସେମାନଙ୍କ ନିରାପତ୍ତା ଓ ମର୍ଯ୍ୟାଦା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ₹୫୦ କୋଟିର କର୍ପସ ପାଣ୍ଠି ଓ ରାଜ୍ୟ କମିଶନ ଗଠନ କରାଯିବ।ପରିମଳ କର୍ମଚାରୀଙ୍କ ପାଇଁ ଏପରି ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି। ଏହି ଯୋଜନା ରାଜ୍ୟର ସମସ୍ତ ପୌରସଂସ୍ଥାରେ କାର୍ଯ୍ୟକାରୀ ହେବାକୁ ଥିବାବେଳେ ୨୦ ହଜାର ସଫେଇ କର୍ମଚାରୀଙ୍କ ସମେତ ସେମାନଙ୍କର ୧ ଲକ୍ଷ ପରିବାର ସଦସ୍ୟ ଉପକୃତ ହେବେ।ସେମାନଙ୍କୁ ସ୍ବାସ୍ଥ୍ୟ ସୁବିଧା ସମେତ ଜୀବନ ବୀମା, ପିଲାଙ୍କ ପାଇଁ ମାଗଣା ଉଚ୍ଚଶିକ୍ଷା, ଗୃହନିର୍ମାଣ ଓ ଦୁଇ ଚକିଆ ଗାଡି ପାଇଁ ଅନୁଦାନ, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଅନୁକମ୍ପାମୂଳକ ସହାୟତା, EPF, ESI ଏବଂ ପରିବାର ପେନସନ୍ ଆଦି ବିଭିନ୍ନ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here