Spread the love

ପୁରୀ: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗରେ ଆଜି କଂଗ୍ରେସ ପକ୍ଷରୁ ଏକ ପ୍ରେସମିଟ ଆୟୋଜିତ ହୋଇଛି । ସତ୍ୟନାୟକ , ନିଶିକାନ୍ତ ମିଶ୍ର ,ରଜନୀ ମହାନ୍ତି , ଅମିୟ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ପ୍ରେସମିଟ ଆୟୋଜିତ ହୋଇଛି । ତେବେ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳଙ୍କୁ ହଟାଯାଉ ବୋଲି ଦଳ ପକ୍ଷରୁ ଦାବି ହୋଇଛି । କେଉଁ ନିୟମ ଆଧାରରେ ଜମି ଅଧିଗ୍ରହଣ କରାଗଲା ଓ
କେଉଁ ନିୟମ ଆଧାରରେ ଶ୍ରୀଜଗନ୍ନାଥଙ୍କ ଜମି ରାଜସ୍ବ ବିଭାଗକୁ ଗଲା ସେନେଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଉ । ଅନ୍ୟପଟେ ଶ୍ରୀ ମନ୍ଦିର ସୁରକ୍ଷା ଆଳରେ ରାଜ୍ୟ ସରକାର ଜମି ଦଲାଲ ସାଜିଛନ୍ତି ।ଏହାସହ ଆଇନ ମନ୍ତ୍ରୀ ସାମନାକୁ ଆସି ଭୁଲ ସ୍ବୀକାର ସହ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here