Spread the love

ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ ୨୯୨୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସେପଟେ ଟେଷ୍ଟିଂ ସଂଖ୍ୟା ଅଧିକା ରହୁଥିବା ଯୋଗୁ ରାଜ୍ୟରେ ପଜେଟିଭ୍ ସଂଖ୍ୟା ମଧ୍ୟ ଅଧିକା ଦେଖାଦେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦିନକୁ ୫୨ ହଜାର ୭୯୫ କରୋନା ଟେଷ୍ଟ କରାଯାଇଛି । ଏହା ଆରଟିପିସିଆର, ଆଣ୍ଟିଜେନ ଓ ଟ୍ରୁନଟ ମାଧ୍ୟମରେ ପରୀକ୍ଷା କରାଯାଉଛି ।ସେଥିରୁ ଆରଟିପିସିଆରରେ ୧୦,୨୪୦, ଆଣ୍ଟିଜେନ ୪୨,୪୧୪ ଓ ଟ୍ରୁନଟ ମାଧ୍ୟମରେ ୧୪୧ଟି ଟେଷ୍ଟ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here