Spread the love

ନୂଆଦିଲ୍ଲୀ: ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ (ଆଇସିଏମଆର) ଏବଂ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍‌ ଟୀକା ଜୀବଜନ୍ତୁଙ୍କ ଶରୀରରେ ପରୀକ୍ଷଣ ସଫଳ ହୋଇଛି।ମାଙ୍କଡ ଜାତୀୟ ପ୍ରାଣୀ ଦେହରେ ଏହି ଟୀକାର ପ୍ରମଥ ପର୍ଯ୍ୟାୟ ପରୀକ୍ଷଣ କରାଯାଇଛି । ୨୦ଟି ମାଙ୍କଡ଼କୁ ୪ଟି ଗ୍ରୁପରେ ଭାଗ କରି ଏହି ଟୀକା ଦିଆଯାଇଥିଲା । ଶେଷରେ ସୁଫଳ ଦେଖିବାକୁ ମିଳିଛି।୪ ଗ୍ରୁପରେ ୨୦ ମାଙ୍କଡ଼କୁ କୋଭାକ୍ସିନର ୨ଟି ଡୋଜ୍ ଦିଆଯାଇଥିଲା। ଗୋଟିଏ ଗୋଷ୍ଠୀକୁ ପ୍ଲେସେବୋ ସହିତ ପରିଚାଳନା କରାଯାଉଥିବା ବେଳେ ଅନ୍ୟ ୩ଟି ଗ୍ରୁପରେ ଭିନ୍ନ ଭିନ୍ନ ଟିକା ପ୍ରତିରୋପଣ କରାଯାଇଥିଲା । ଏହାର ପରିଣାମ ଉତ୍ସାହଜନକ ଥିବା ସହ ମାଙ୍କଡ଼ର ନାକ, ଗଳା ଓ ଫୁସଫୁସ୍‌ରେ ବଢୁଥିବା ସଂକ୍ରମଣକୁ ଏହି ଟିକା ରୋକିବାରେ ସହାୟକ ହୋଇପାରୁଛି ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here