Ladakh, July 17 (ANI): Defence Minister Rajnath Singh addresses Indian troops at Lukung in Leh on Friday. (ANI Photo)
Spread the love

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଭାରତ ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପକୁ ଆଜି ପ୍ରତିରକ୍ଷା ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି । ଅର୍ଥାତ ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ କିଣିବା ପାଇଁ ମଙ୍ଗଳବାର ୮,୭୨୨.୩୮ କୋଟି ଟଙ୍କା ପ୍ରତିରକ୍ଷା ବିଭାଗ ପକ୍ଷରୁ ଅନୁମୋଦନ ମିଳିଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦରେ ବସିଥିବା ଏକ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ଏଥିରେ, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ (ହାଲ୍‌) ଦ୍ୱାରା ବିକଶିତ ୧୦୬ଟି ବେସିକ୍‌ ଟ୍ରେନର ଏୟାରକ୍ରାଫ୍ଟ (ଏଚ୍‌ଟିଟି-୪୦) କ୍ରୟ ପାଇଁ ଅନୁମୋଦନ ମିଳିଛି।ଏହା ଛଡା ଭାରତୀୟ ନୌସେନାର ଅଗ୍ନି ଶକ୍ତିରେ ଉନ୍ନତି ଆଣିବା ପାଇଁ, ଡିଏସି ସୁପର ରାପିଡ୍‌ ଗନ୍‌ ମାଉଣ୍ଟ (ଏସ୍‌ଆରଜିଏମ୍‌)ର ଅତ୍ୟାଧୁନିକ ସଂସ୍କରଣର କ୍ରୟକୁ ମଧ୍ୟ ଏହି ବୈଠକରେ ଅନୁମୋଦନ ମିଳିଛି ।

LEAVE A REPLY

Please enter your comment!
Please enter your name here