Spread the love

ଭୁବନେଶ୍ୱର: ଲକ୍‌ଡାଉନ ସମୟରେ ସମଗ୍ର ବିଶ୍ୱରେ କରୋନା ସମ୍ପର୍କୀତ ତଥ୍ୟ ଯୋଗାଇବାରେ ଯଦି କେହି ଆଗରେ ଥାଏ ତେବେ ସେ ହେଉଛି ଓଡ଼ିଶା । ଏଥିପାଇଁ ବିଶ୍ୱର ବହୁ ବଛା ବଛା ଯାଗାରୁ ଓଡ଼ିଶା ପାଇଁ ଶୁଭେଚ୍ଛାର ଶୁଅ ଛୁଟିଛି । ଓଡ଼ିଶା ସରକାରଙ୍କ ଦ୍ୱାରା କୋଭିଡ-୧୯ ସାରଣୀ ପୋର୍ଟାଲ ଏହି ଗୌରବ ରାଜ୍ୟ ସରକାରଙ୍କୁ ଆଣିଦେଇଛି । ଏ ପରିକି ଏହି କୋଭିଡ-୧୯ ପୋର୍ଟାଲ ପ୍ରବାଶୀ ଶ୍ରମିକମାନଙ୍କ ଠାରୁ ଆରମ୍ଭ କରି ରାଜ୍ୟରେ ପିଡିତ କରୋନା ରୋଗୀ ଓ ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଯୋଗାଇବାରେ ସଫଳ ହୋଇଛି, ସେଥିପାଇଁ ବିଶ୍ୱର ବଛା ବଛା ଶିକ୍ଷା ଅନୁଷ୍ଠାନ ମଧ୍ୟ ଏହାକୁ ଅନୁସରଣ କରୁଛନ୍ତି । ନିର୍ଭୁଲ ତଥ୍ୟ ଦେବାରେ ଏହି ପୋର୍ଟାଲ ଦେଶରେ ସବୁଠୁ ଆଗରେ ରହିଥିବା ବେଳେ ଏହା ଏକ କେସ୍‌ ଷ୍ଟଡି ବୋଲି ବିଶେଷଜ୍ଞମାନେ କହିଛନ୍ତି । ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ର ଏକ ୧୦ ଜଣିଆ ଟିମ୍‌ ୨୪ ଘଣ୍ଟା ଏହାକୁ ଅପଗ୍ରେଡ କରୁଥିବା ବେଳେ ଏହା ଏପ୍ରିଲ୍‌ ୨୨ ତାରିଖରୁ ଆରମ୍ଭ କରାଯାଇଥିଲା । ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଭାଗଙ୍କ ଅଧିନରେ କାର୍ଯ୍ୟ କରୁଥିବା ଓ.ସି.ଏ.ସି ର ଏହି ପୋର୍ଟାଲ ଅମେରିକା, ନେଦରଲ୍ୟାଣ୍ଡ, ୟୁଏଇ ଏବଂ ୟୁନାଇଟେଡ କିଙ୍ଗଡମ ସମେତ ବିଭିନ୍ନ ଦେଶରେ ଅତ୍ୟନ୍ତ ଅଦୃତ୍ତି ଲାଭ କରିଛି । ପ୍ରତିଦିନ ଏହି ପୋର୍ଟାଲକୁ ୪୦୦୦୦ ଲୋକ ଦେଖୁଛନ୍ତି । ସମସ୍ତ ପ୍ରକାର ତଥ୍ୟ ସହ ଏହି ପୋର୍ଟାଲକୁ ପ୍ରତିଦିନ ଅପ୍‌ଡେଟ କରାଯାଉଛି । ବିଶ୍ୱରେ ପାଖାପାଖି ୧୨୩ ଦେଶର ଲୋକେ ଏହି ପୋର୍ଟାଲକୁ ଦେଖି ସାରିଥିବା ଷ୍ଟାନଫର୍ଡ ବିଶ୍ୱବିଦ୍ୟାଳୟର ଏକ ଅନୁଧ୍ୟାନରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here