Spread the love

ନୂଆଦିଲ୍ଲୀ : ଆସନ୍ତା କାଲିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ସକାଳ ୯ଟାରୁ ଅପରାହ୍ନ ଗୋଟାଏ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହିଭଳି ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ବସିବ।ତେବେ ଆସନ୍ତାକାଲି ବ୍ୟତୀତ ଅନ୍ୟ ସବୁଦିନ ରାଜ୍ୟସଭା ଅଧିବେଶନ ସକାଳେ ଏବଂ ଲୋକସଭା ବୈଠକ ଅପରାହ୍ନରେ ଅନୁଷ୍ଠିତ ହେବ। ପ୍ରତ୍ୟେକ ସଦନରେ ଦୈନିକ ୪ ଘଣ୍ଟା ଲେଖାଏଁ କାର୍ଯ୍ୟକାଳ ରହିବ। ରାଜ୍ୟସଭା ପାଇଁ ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୧ଟା ଏବଂ ଲୋକସଭା ପାଇଁ ଅପରାହ୍ଣ ୩ଟାରୁ ୭ଟା ପର୍ୟ୍ୟନ୍ତ ବୈଠକ ଚାଲିବ। ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ମୋଟ ୧୮ଟି ବୈଠକରେ ୪୭ଟି ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହାଛଡା ଅଧିବେଶନ କାଳରେ ଅଧ୍ୟାଦେଶ ସ୍ଥାନରେ ୧୧ଟି ବିଲ୍‍ ଉପସ୍ଥାପିତ ହେବ।

LEAVE A REPLY

Please enter your comment!
Please enter your name here