Spread the love

ଭୁବନେଶ୍ୱର
ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଜେଇ ପରୀକ୍ଷାର୍ଥୀଙ୍କର ଥର୍ମାଲ ସ୍କାନିଂ କରାଯିବ। ଏଥିପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ପରିଚାଳନା ସମୟରେ କୌଣସି ପରୀକ୍ଷାର୍ଥୀଙ୍କର ଯେମିତି କିଛି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ରଖାଯିବ । ଏଥିପାଇଁ ପ୍ରସ୍ତୁତ ହେଉଛୁ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଭୁବନେଶ୍ବରର ସ୍ବତନ୍ତ୍ର ପ୍ରଦକ୍ଷଣ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପରୀକ୍ଷା ପରିଚାନଳନା ନେଇ ଏକ ବୈଠକ ବସିଥିଲା । ଏଥିରେ ସରକାରୀ ଆଇଟିଆଇ କଲେଜ ଅଧ୍ୟକ୍ଷ, ଖୋର୍ଦ୍ଧା ଏସପି ଓ ଅନ୍ୟାନ୍ୟ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।ଏହା ପରେ ଜିଲ୍ଲାପାଳ କହିଛନ୍ତି ଯେ ଭୁବନେଶ୍ବରରେ ୬ଟି ପରୀକ୍ଷା କେନ୍ଦ୍ର ରହିଛି । ଏଥିରେ ପ୍ରାୟ ୧୬ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଯେଉଁ ପରୀକ୍ଷାର୍ଥୀ ଖୋର୍ଦ୍ଧାରୁ ଅନ୍ୟ ଜିଲ୍ଲାକୁ ପରୀକ୍ଷା ଦେବା ପାଇଁ ଯିବେ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବ । କେନ୍ଦ୍ର ବାହାରେ ଗହଳି ନହେବ ଲାଗି ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ୱ ଦିଆଯିବ।

LEAVE A REPLY

Please enter your comment!
Please enter your name here