Spread the love

‘ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର; ଗୁରୁ ସାକ୍ଷାତ ପରମବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ’

ଏହାର ଅର୍ଥ ଗୁରୁ ହେଉଛନ୍ତି ସ୍ୱୟଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କର ଚଳନ୍ତି ପ୍ରତିମା। ଗୁରୁ ହେଉଛନ୍ତି ସାକ୍ଷାତ ପରମବ୍ରହ୍ମ। ସେହି ଗୁରୁଙ୍କୁ ମୋର ପ୍ରଣାମ। ଯୁଗେ ଯୁଗେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଜି ହେଉଛି ବିଶିଷ୍ଟ ଶିକ୍ଷାବିତ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ।ସେ ଏଟଦା ଥିଲେ ଛତ୍ର ବତ୍ସଳ, ଗୁରୁ ଓ ଶିଶ୍ଯ ମଧ୍ୟରେ ଥିବା ମଧୁର ସମ୍ପର୍କକୁ ଉଜ୍ଜୀବିତ ରଖିବା ପାଇଁ ମୋ ଜନ୍ମ ଦିନକୁ ଗୁରୁ ଦିବସ ରୂପେ ପାଳନ କରାଯାଉ। ସେହିଦିନଠାରୁ ଏହି ଦିବସ ପାଳନ କରାଯାଇଆସୁଛି। ଡ. ରାଧାକୃଷ୍ଣନ ମହୀଶୂର ଓ କଲିକତା ବିଶ୍ବବିଦ୍ୟାଳୟରେ ଦର୍ଶନ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ଜୀବନ ଶିକ୍ଷାର ବିକାଶ ନିମନ୍ତେ ସମର୍ପିତ ଥିଲା। ସର୍ବପଲ୍ଲୀ ବିଶ୍ବାସ କରୁଥିଲେ ଯେ ‘‘ଶିକ୍ଷକମାନେ ହେଉଛନ୍ତି ଦେଶର ସର୍ବୋତ୍କୃଷ୍ଟ ମସ୍ତିଷ୍କ।’’ ଭାରତର ଜଣେ ବିଜ୍ଞ ଦାର୍ଶନିକ ଭାବେ ମଧ୍ୟ ଡ. ରାଧାକୃଷ୍ଣନଙ୍କ ନାମ ସର୍ବାଗ୍ରେ ସ୍ମରଣୀୟ। ୧୯୫୪ରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯାଇଥିଲା। ଗୁରୁଦିବସରେ ଛାତ୍ରଛାତ୍ରୀମାନେ ଗୁରୁବନ୍ଦନା କରିବା ସହ ସେମାନଙ୍କ ପୂଜାର୍ଚନା କରିଥାନ୍ତି । ଖାଲିଯେ ଜଣେ ଆମକୁ ଶିକ୍ଷା ଦେଲେ ଗୁରୁ ହେଇଯାଏ ତାହା ନୁହଁ ଜଣେ ବ୍ୟକ୍ତିର ଜୀବନରେ ଅନେକ ଗୁରୁ ଆସିଥାନ୍ତି। ମାଆ ହେଉଛିନ୍ତି ପ୍ରତ୍ୟେକଙ୍କ ଜୀବନର ପ୍ରଥମ ଗୁରୁ। ଯିଏ ନିଜ ମାଆଙ୍କୁ ସମ୍ମାନ ଦେଇ ଜାଣେନଦା ସେ କାହାକୁ ସମ୍ମାନ କରିବା ଶିଖି ପାରେନା।
ମାଆଙ୍କ ପରେ ଯିଏ ଦୁନିଆ ସହ ପିଲାଟିର ପରିଚୟ କରାନ୍ତି ସେ ହେଉଛନ୍ତି ଶିକ୍ଷା ଗୁରୁ। ଯିଏ ଆମକୁ ଶିକ୍ଷା ଦାନ କରନ୍ତି ତାଙ୍କ ସ୍ଥାନ ବି ଅପୁରଣୀୟ। ସେହିପରି ଅନ୍ୟ ଜଣେ ଗୁରୁ ହେଉଛନ୍ତି ସଦ୍‌ଗୁରୁ। ଜୀବନରେ ଉଚିତ୍‌ ମାର୍ଗରେ ଚାଲିବା ପାଇଁ ସଦ୍‌ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏମାନଙ୍କ ବ୍ୟତୀତ କେହି ଯଦି କିଛି ଆପଣଙ୍କୁ ଉତ୍ତମ ଶିକ୍ଷା ଦେଉଛନ୍ତି ବା ଭୁଲ୍‌, ଠିକ୍‌ ଭିତରର ପାର୍ଥକ୍ୟ ବୁଝାଉଛନ୍ତି ସେ ବି ଗୁରୁ ହୋଇଥାନ୍ତି। କାର୍ଯ୍ୟାନୁଷ୍ଠାନରେ ବି ବେଳେ ବେଳେ ଗୁରୁଙ୍କ ସହ ସାକ୍ଷାତ ହୁଏ। କେବଳ ଖଡ଼ି ଧରି ପାଠ ପଢ଼ାଇଥିବା ଲୋକଟେ ଯେ ଗୁରୁ ତାହା ନୁହେଁ, ଶିକ୍ଷା ପ୍ରଦାନକାରୀ ଯେ କେହି ଗୁରୁ ପଦବାଚ୍ୟ।

by rasmi ranjan rout

LEAVE A REPLY

Please enter your comment!
Please enter your name here