Spread the love

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୪୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ତେବେ ଚିହ୍ନଟଙ୍କ ମଧ୍ୟରୁ ୧୯୧ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଥିବା ବେଳେ ବାକି ୨୩୬ ଜଣ ସ୍ଥାନୀୟ ସଂକ୍ରମଣ ଅଟନ୍ତି । ସେଭଳି ଆଜି ମୋଟ ୪୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୪୪୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩୫୦ ଜଣ ସୁସ୍ଥ ଅଛନ୍ତି । ୫୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୭୭ ଟି କେସ ସକ୍ରିୟ ରହିଛି ।

LEAVE A REPLY

Please enter your comment!
Please enter your name here