Spread the love

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ପ୍ୟାକେଜ ଘୋଷଣା କରିଛନ୍ତି।ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୩ ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।୩୩ ପ୍ରତିଶତ ଫସଲ କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ବର୍ଗର ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ।ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କାର ଇନପୁଟ୍ ରିଆତି ପ୍ରଦାନ କରାଯିବ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କାର ଇନପୁଟ୍ ରିଆତି ମିଳିବ। ​ସେହିପରି ବାରବାସୀ ଫସଲ ପାଇଁ ୧୮,୦୦୦ ଟଙ୍କାର ଇନପୁଟ୍ ରିଆତି ପ୍ରଦାନ କରାଯିବ। ପ୍ରକୃତ ଚାଷୀଙ୍କୁ ଏହି ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ବାରବାସୀ ଫସଲ ପାଇଁ ଅତି କମରେ ୨ ହଜାର ଟଙ୍କା ଓ ଅନ୍ୟ ଫସଲ ପାଇଁ ୧ ହଜାର ଟଙ୍କା ମିଳିବ। ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୨୦ ହଜାର ବିହନ ମିନିକିଟ୍ ଯୋଗାଇ ଦିଆଯିବ। ୫୦ ପ୍ରତିଶତ ରିଆତିରେ ୨ ହଜାର ପମ୍ପସେଟ୍ ଯୋଗାଇ ଦିଆଯିବ। ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୩ ହଜାର ଟଙ୍କାରେ ବ୍ୟାଟେରୀ ଚାଳିତ ସିଞ୍ଚନ ଯନ୍ତ୍ର ଏବଂ ୬ ଶହ ଟଙ୍କାରେ ହାତ ଚଳା ସିଞ୍ଚନ ଯନ୍ତ୍ର ପ୍ରଦାନ କରାଯିବ।

LEAVE A REPLY

Please enter your comment!
Please enter your name here