Spread the love

ନୂଆଦିଲ୍ଲୀ: ଦୁର୍ନୀତିକୁ ନେଇ ଦେଶର ମୁଖ୍ୟ ବିଚାରପତି ମାନଙ୍କ ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ଦେଇ ଅଦାଲତ ଅବମାନନା ମାମଲାର ସମ୍ମୁଖିନ ହୋଇଥିବା ଓକିଲ ପ୍ରଶାନ୍ତ ଭୂଷଣଙ୍କ କ୍ଷମା ପ୍ରାର୍ଥନାକୁ ସୁପ୍ରିମକୋର୍ଟ ଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରଛନ୍ତି । ଅଦାଲତ କହିଛନ୍ତି ଯେ ପ୍ରଶାନ୍ତ ଦେଇଥିବା ମନ୍ତବ୍ୟ ଦ୍ୱାରା ଅଦାଲତ ଅବମାନନା ହୋଇଛି କି ନାହିଁ ତାହା ଅଦାଲତ ଜାଣିବାକୁ ଚାହୁଁଛନ୍ତି । ତେଣୁ ମାମଲାର ଶୁଣାଣୀ ହେବ । ପ୍ରଶାନ୍ତଙ୍କ ପିତା ତଥା ବରିଷ୍ଠ ଓକିଲ ଶାନ୍ତିଭୂଷଣ ଯୁକ୍ତି ଦର୍ଶାଇଥିଲେ ଯେ ଅଦାଲତରେ ସ୍ୱାଭାବିକ ଶୁଣାଣୀ ଆରମ୍ଭ ପର୍ଯ୍ୟନ୍ତ ମାମଲାର ଶୁଣାଣୀ ସ୍ଥଗିତ ରଖାଯାଉ । ଅଦାଲତ ତାହାକୁ ପ୍ରତ୍ୟାଖ୍ୟାନ କରି ଆସନ୍ତା ସୋମବାର ପୁଣି ମାମଲାର ଶୁଣାଣୀ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ୨୦୦୯ରେ ପ୍ରଶାନ୍ତ ତେହଲକାକୁ ଏକ ସାକ୍ଷାତକାର ଦେଇ କହିଥିଲେ ଯେ ଦେଶର ୧୬ ଜଣ ମୁଖ୍ୟ ବିଚାରପତିଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଦୁର୍ନୀତିଗ୍ରସ୍ତ । ଏହି ମାମଲାରେ ଆଜି ପ୍ରଶାନ୍ତ କ୍ଷମା ପ୍ରାର୍ଥନା କରି କହିଥିଲେ ଯେ ଯଦି ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେଇଥାଏ ତେବେ ସେ ଦୁଃଖିତ । ସେ ମୁଖ୍ୟ ବିଚାରପତି କିମ୍ବା ସେମାନଙ୍କ ପରିବାର ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି ଅଭିଯୋଗ କରିନାହାନ୍ତି ବରଂ ସାମଗ୍ରୀକ ଭାବେ ଯାହା କିଛି କହିଛନ୍ତି ।

LEAVE A REPLY

Please enter your comment!
Please enter your name here