Spread the love

ନୂଆଦିଲ୍ଲୀ: ମହାମାରୀ କରୋନା କବଳରେ ଏବେ ସମଗ୍ର ଦେଶ। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୩.୫୨ କୋଟି କରୋନା ଟେଷ୍ଟ କରାଯାଇଥିବା ସୂଚନା ମିଳିଛି ।ସେଭଳି ଗତ ୬ଦିନ ମଧ୍ୟରେ ଦେଶରେ ମୋଟ୍ ୮ଲକ୍ଷ କରୋନା ଟେଷ୍ଟ କରାଯାଇଛି। ଦେଶରେ କରୋନା ଟେଷ୍ଟିଂ ସଂଖ୍ୟା ବୃଦ୍ଧି ହେତୁ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ‘ ଟେଷ୍ଟ, ଟ୍ରାକ ଓ ଟ୍ରିଟ’ ପଲିସି ଦ୍ଵାରା ଏହି କରୋନା ସ୍ଥିତିକୁ ଆୟତ୍ତ କରାଯାଇଛି। ତେବେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦେଶରେ ମୋଟ ୬୯,୨୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୪୪,୯୪୦ରେ ପହଁଚିଛି। ସେଭଳି ଗତ ୨୪ଘଣ୍ଟା ମଧ୍ୟରେ ୯୧୨ଜଣ ମୃତ୍ୟୁ ବରଣ କରିଥିବା ବେଳେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬,୭୦୬ରେ ପହଁଚିଛି। ଅନ୍ୟପଟେ ଦେଶରେ ମୋଟ୍ ୧୫୧୫ ଲ୍ୟାବରେ କରୋନା ଟେଷ୍ଟିଂ କରାଯାଉଛି। ସେଥି ମଧ୍ୟରୁ ୯୮୩ ଟି ସରକାରୀ ଲ୍ୟାବ ରହିଥିବା ବେଳେ ୫୩୨ଟି ବେସରକାରୀ ଲ୍ୟାବ ରହିଛି।

LEAVE A REPLY

Please enter your comment!
Please enter your name here