Spread the love

ନୂଆଦିଲ୍ଲୀ
ଭାରତ ବିରୋଧରେ ତୁର୍କୀ ବଡ଼ ଷଡଯନ୍ତ୍ର ଚଳାଇଛି । ସେଠାକାର ସରକାର କାଶ୍ମୀର ବିଚ୍ଛିନ୍ନତାବାଦୀ ନିଜ ଗଣମାଧ୍ୟମରେ ୁ ସ୍ଥାନ ଦେଇ ଭାରତ ବିରୋଧରେ ମିଥ୍ୟା ଅପପ୍ରଚାର କରାଇବା ଲାଗି ପ୍ରୟାସ କରୁଛି । ଏ ନେଇ ଗତ ୧୫ ତାରିଖରେ ତୁର୍କୀର ଗଣମାଧ୍ୟମରେ ଏକ ବିବାଦୀୟ ରିପୋର୍ଟ ପ୍ରକାଶ ପାଇଥିଲା । ବିଚ୍ଛିନ୍ନତାବାଦୀ ନେତା ଅହମଦ ଶାହଙ୍କ ଝିଅ ରୁଆ ଶାହା ଏହାକୁ ଲେଖିଥିଲେ । ଏହା ମାଧ୍ୟମରେ ସେ ଭାରତ ବିରୋଧରେ ମିଥ୍ୟା ଅପପ୍ରଚାର କରାଇବାକୁ ଉଦ୍ୟମ କରିଛନ୍ତି । ଏନଆଇଏ ଦ୍ୱାରା ୨୦୧୭ରେ ରୁଜୁ ହୋଇଥିବା ଏକ ମାମଲାରେ ରୁଆଙ୍କୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୋଗ ହୋଇଥିଲା । ସେ ନିଜର ଲେଖାରେ କହିଛନ୍ତି ଯେ କାଶ୍ମୀରର ଶିଶୁ କେବେ ସାଧାରଣ ଭାବେ ଜୀବନଧାରଣ କରିପାରିବ ନାହିଁ । ଏନଆଇଏର ତଦନ୍ତ ରିପୋର୍ଟ ଅନୁଯାୟୀ ବିଚ୍ଛିନ୍ନତାବାଦୀ ନେତା ଅଲତାଫ ଅହମଦ ଶାହ କାଶ୍ମୀର ଘାଟିରେ ସୁରକ୍ଷା ବଳ ଉପରେ ପଥରମାଡ଼, ସ୍କୁଲରେ ନିଆଁ ଲଗାଇବା, ସର୍ବସାଧାରଣ ସଂପତ୍ତିକୁ କ୍ଷତି ପହଂଚାଇବା ଏବଂ ଆତଙ୍କବାଦୀ ଗତିବିଧି ଲାଗି ପାଣ୍ଠି ଯୋଗାଉଥିଲା । ଏହା ବ୍ୟତୀତ ତୁର୍କୀ ସ୍ଥାନୀୟ ଗଣମାଧ୍ୟମରେ ପାକିସ୍ତାନୀ ସାମ୍ବାଦିକଙ୍କୁ ଚାକିରି ଦେଉଛି। ରାଷ୍ଟ୍ରପତି ରେଚେପ ତୈୟପ ଏର୍ଦୋଗନଙ୍କ ଜାଣତରେ ଏହି ସବୁ କାର୍ଯ୍ୟ ହେଉଛି। ଏର୍ଦୋଗନ ଘରୋଇ ରାଜନୀତିରେ ଚରମପଂଥୀଙ୍କୁ ଦବାଇବା ଏବଂ କଟ୍ଟର ଇସଲାମିକ ଚିନ୍ତାଧାରା ରଖୁଥିବା ଲୋକଙ୍କ ବିକାଶରେ କାମ କରିବାକୁ ପ୍ରୋତ୍ସାହନ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here