Spread the love

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କେରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବ୍ରହ୍ମପୁରରେ ଆଉ ଦୁଇଟି କୋଭିଡ଼ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଦୁଇ ଡାକ୍ତରଖାନାକୁ ଉଦଘାଟନ କରିଛନ୍ତି । ମହାରାଜା କୃଷ୍ଣଜନ୍ଦ୍ର ଗଜପତି ହସପିଟାଲ ଓ କଲେଜର ଶିଶୁ ୱାର୍ଡ ଓ ସହର ଉପକଣ୍ଠ କନିଷିଠାରେ ଥିବା ଅମିତ ହସପିଟାଲରେ ଏହି କୋଭିଡ଼ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଛି । ଉଭୟ ଡାକ୍ତରଖାନାରେ ୧୫୦ ଲେଖା ଶଯ୍ୟା ରହିଛି ।

LEAVE A REPLY

Please enter your comment!
Please enter your name here