Spread the love

ଭୁବନେଶ୍ୱର: ବୁଧବାର ରାଜ୍ୟରେ ଆଉ ୨ଟି ପ୍ଲାଜମା ବ୍ୟାଙ୍କର ଉଦଘାଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲ ଓ ବୁର୍ଲା ଭୀମସାରରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଏହି ପ୍ଲାଜମା ବ୍ୟାଙ୍କର ଉଦଘାଟନ କରାଯାଇଛି । ଏହାଦ୍ୱାରା ରାଜ୍ୟରେ ପ୍ଲାଜମା ବ୍ୟାଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ପୂର୍ବରୁ କଟକ ବଡ଼ ଡାକ୍ତରଖାନା, ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଓ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ପା୍ଲଜମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା । ରାଜ୍ୟରେ କରୋନା ବିରୋଧରେ ଲଢେ଼ଇକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ପ୍ଲାଜମା ଦାନକୁ ଏକ ଆନ୍ଦୋଳନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here