Spread the love

ଭୁବନେଶ୍ୱର : ଅନ୍ ଲକ ୨.୦ରେ ସେପରି କିଛି ନୁତନତ୍ୱ ନଥିବା ଆଜି ମୁଖ୍ୟ ଶାସନ ସଚିବଙ୍କ ପ୍ରେସ ମିଟ୍ରୁ ପ୍ରଦିପାଦିତ ହୋଇଛି । ଜୁଲାଇ ୩୧ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ଏହି ପକ୍ରିୟାରେ ସ୍କୁଲ, କଲେଜ ଓ ଧାର୍ମିକ ଶିକ୍ଷାନୁଷ୍ଠାନ ଆଦି ପୂର୍ବଭଳି ବନ୍ଦ ରହିବାକୁ ଥିବା ବେଳେ ଅନ୍ତର୍ଜାତୀୟ ବିମାନ ସେବା , ସିନେମା ଓ ଥିଏଟର ହଲ ଗୁଡ଼ିକ ମଧ୍ୟ ବନ୍ଦ ରହିବ ବୋଲି ଜଣା ପଡ଼ିଛି । ପୂର୍ବଭଳି ଶନିବାର ଓ ରବିବାର ସଂପୂ୍ର୍ଣ୍ଣ ସଟ୍ ଡାଉନ ରହିବ । ପୂର୍ବରୁ ୧୧ଟି ଜଲ୍ଲାରେ ୨ ଦିନ ଲକ୍ ଡାଉନ କଟକଣା ଲାଗୁ କରାଯାଇଥିବା ବେଳେଏଣିକି ୧୦ଟି ଜିଲ୍ଲାରେ ଏହି କଟକଣା ଲାଗୁ କରାଯିବ । ଏହାଛଡ଼ା ୫୦ରୁ ଉଦ୍ଧ୍ୱର୍ କରୋନା ସଂକ୍ରମିତ ଥିବା ୧୦ଟି ଜିଲ୍ଲାକୁ ଜୋନ୍-୧ ରେ ରଖାଯାଇଛି । ଏହାଛଡ଼ା ରାତ୍ରି କାଳୀନ କର୍ଫୁକୁ ୨ ଘଣ୍ଟା କୋହଳ କରାଯାଇଛି । ଏଣିକି ରାତି ୭ଟା ପରିବର୍ତ୍ତେ ୯ଟା ଠାରୁ ସକାଳ ୫ଟା ଯାଏ କର୍ଫୁ ଲାଗୁ କରାଯିବ । ତେବେ ଆନ୍ତଃରାଜ୍ୟ ପରିବହନକୁ ସମସ୍ତ କଟକଣାରୁ ମୁକ୍ତ ରଖାଯାଇଥିବା ମୁଖ୍ୟ ସଚିବ ସୂଚନା ଦେଇଛନ୍ତି । ଗଞ୍ଜାମ, ଗଜପତି, କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, କେନ୍ଦୁଝର , ମୟୁରଭଞ୍ଜ , ବାଲେଶ୍ୱର ଓ ଝାରସୁଗୁଡା ଆଦି ଜିଲ୍ଲାକୁ ଯୋନ-୧ ଭାବେ ସରକାର ଘୋଷଣା କରିଛନ୍ତି । ସୁଇମିଂ ପୁଲ, ଜିମ୍ ଆଦି ସଂସ୍ଥାକୁ ସଂପୂର୍ଣ୍ଣ ବନ୍ଦ ରଖାଯାଇଛି । ସପିଂ
ମଲ୍ଗୁଡ଼ିକୁ ବନ୍ଦ ରଖାଯିବାକୁ ନିଦେ୍ର୍ଦଶ ଥିବା ବେଳେ ସ୍ଥାନୀୟ ପ୍ରଶାସନ ଏନେଇ ଶେଷ ନିଷ୍ପତ୍ତି ନେବେ । ଘରୋଇ ଗାଡ଼ିଗୁଡୁକୁ ଏଣିକି ପୋଲିସ ଚାହିଁଲେ ବନ୍ଦ କରିପାରିବେ । ଏହାଛଡ଼ା ନିୟମକୁ ଏଣିକି କଡ଼ାକଡି ପାଳନ କରାଯିବ । ଯେଉଁ ବ୍ୟକ୍ତି ସାମାଜିକ ଦୂରତ୍ୱ ନରଖିବେ ଓ ମୁହଁରେ ମାସ୍କ ନାକ ପର୍ଯ୍ୟନ୍ତ ପିନ୍ଧି ନଥିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମୁଖ୍ୟ ସଚିବ ଚେତାଇ ଦେଇଛନ୍ତି । ସରପଞ୍ଚମାନେ କୋଭିଡ଼ ନିୟନ୍ତ୍ରଣରେ ଯେଉଁଭଳି ସହଯୋଗ ଦେଇଛନ୍ତି ସେମାନଙ୍କୁ ମୁଖ୍ୟ ସଚିବ ଧନ୍ୟବାଦ ଦେଇଛନ୍ତି । ଏହାଛଡ଼ା ଘରୋଇ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଯେଭଳି କୋଭିଡ଼ ନିୟମ କଡାକଡି ଭାବେ ପାଳନ କରିବେ ସେଥିଲାଗି ମଧ୍ୟ କଡା ନିଦେ୍ର୍ଦଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here