Spread the love

ବୁଲନ୍ଦସହର
ଉତ୍ତରପ୍ରଦେଶ ଗୌତମ ବୁଦ୍ଧ ନଗର ଜିଲ୍ଲା ବୁଲନ୍ଦସହରରେ ଜଣେ କୃଷକଙ୍କ ଝିଅ ସୁଦୀକ୍ଷା ଭାଟୀ ସଡକ ଦୁର୍ଘଟଣାରେ ସୋମବାର ପ୍ରାଣ ହରାଇଛନ୍ତି । ସେ ୨୦୧୮ରେ ସମ୍ପୂର୍ଣ ସ୍କଲାରଶିପରେ ଆମେରିକାରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଦୁର୍ଘଟଣାରେ ପ୍ରାଣ ହରାଇବା ପୂର୍ବରୁ ସେ ଉତ୍ପୀଡନର ଶିକାର ହୋଇଥିଲେ ବୋଲିି ଅଭିଯୋଗ ହୋଇଛି । ଏ ବିଷୟରେ ବୁଲନ୍ଦସହର ଏସପି(ସିଟି) ଅତୁଲ ଶ୍ରୀବାସ୍ତବ କହିଛନ୍ତି ଯେ ସୁଦୀକ୍ଷା ନାମକ ଜଣେ ବାଳିକା ନିଜ ଭାଇ ସହ ମାମୁଁ ଘରକୁ ଯାଉଥିବାବେଳେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭାଇ ଏବଂ ପାଖରେ ଥିବା ସାକ୍ଷୀ କହିଛନ୍ତି ଯେ ଅନ୍ୟ ଏକ ବାଇକ ସହ ଧକ୍କା ହେବାର ଏହି ଦୁର୍ଘଟଣା ଘଟିଥିଲା । ସେ ପରେ ରାସ୍ତା ଉପରେ ପଡିଯାଇଥିଲେ ଏବଂ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଏସପିଙ୍କ ଅନୁଯାୟୀ ମୃତକଙ୍କ ଭାଇ କିମ୍ବା ଅନ୍ୟ କେହି ସାକ୍ଷୀ ଉତ୍ପୀଡନ ବିଷୟରେ ଆମକୁ କୌଣସି ସୂଚନା ଦେଇନାହାନ୍ତି । ଏବେ ତଦନ୍ତ ଜାରି ରହିଛି । ୧୯ ବର୍ଷୀୟ ସୁଦୀକ୍ଷା କରୋନା ଭାଇରସ ଜନିତ ସ୍ଥିତି ଯୋଗୁ ଜୁନରେ ଆମେରିକାରୁ ଫେରିଥିଲେ ଏବଂ ସେ ଚଳିତ ମାସ ପରେ ଫେରିବାର ଥିଲା । ପରିବାର ଲୋକଙ୍କ ଅନୁଯାୟୀ ସୁଦୀକ୍ଷା ନିଜ ଭାଇ ସହ ବୁଲନ୍ଦସହର ବୁଲିବାକୁ ଯାଇଥିଲେ ଏବଂ ଔରଙ୍ଗାବାଦରେ ସୋମବାର ସକାଳେ ଦୁର୍ଘଟଣା ଘଟିବା ସମୟରେ ଉଭୟେ ମୋଟରସାଇକେଲରେ ଗାଡି ଚଲାଉଥିଲେ । ସୁଦୀକ୍ଷା ବୁଲନ୍ଦସହର ବିଦ୍ୟା କ୍ଷାନ ସ୍କୁଲରେ ପଡୁଥିଲେ । ସେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୮ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ଟପ ହୋଇଥିଲେ । ସେ ଆମେରିକାର ମାସାଚୁସେଟ ବାବସନ କଲେଜରେ ସମ୍ପୂର୍ଣ ସ୍କଲାରସିପରେ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସେ କଲେଜରେ ୪ ବର୍ଷିଆ ଉଦ୍ୟୋଗୀ ଶିକ୍ଷା ପଢୁଥିଲେ ।

LEAVE A REPLY

Please enter your comment!
Please enter your name here