Spread the love

ନୂଆଦିଲ୍ଲୀ
ଏକ ହିନ୍ଦୀ ନ୍ୟୁଜ ଚ୍ୟାନେଲରେ କାମ କରୁଥିବା ଉତ୍ତରପ୍ରଦେଶର ଜଣେ ସାମ୍ବାଦିକଙ୍କ ମୃତ୍ୟୁ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହା ସହିତ ମାମଲା ସହ ସମ୍ପୃକ୍ତ ଥିବା ଯୋଗୁଁ ଜଣେ ପୋଲିସ ଅଫିସରଙ୍କୁ ନିଲମ୍ବିତ କରିଦିଆଯାଇଛି । ପୋଲିସ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି । ସାମ୍ବାଦିକଙ୍କ ପିତା ରତନ ସିଂହ(୪୫)ଙ୍କ ଏଫଆଇଆର ଅନୁଯାୟୀ ଏ ପର୍ଯ୍ୟନ୍ତ ୬ ଅଭିଯୁକ୍ତ ସୁଶୀଲ ସିଂ, ଦିନେଶ ସିଂ, ଅରବିନ୍ଦ ସିଂ, ସୁନୀଲ ସିଂ, ବୀର ବାହାଦୂର ସିଂ ଏବଂ ବିନୟ ସିଂଙ୍କୁ ଗିରଫ କରାଯାଇଛି । ଏସିପି ସୁନୀଲ ଯାଦବ ଏଭି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here