Spread the love

ନୂଆଦିଲ୍ଲୀ: ଏଫଆଇଆର ଲେଖିବା ପୂର୍ବରୁ ନାଚିବାକୁ ହେବ । ଉତ୍ତର ପ୍ରଦେଶର ଗୋବିନ୍ଦ ନଗର ପୋଲିସ ଷ୍ଟେସନରୁ ଏଭଳି ଏକ ଭାଇରାଲ ଭିଡିଓ ଦେଖିବାକୁ ମିଳିଛି । ଭିଡିଓରେ ଜଣେ ୧୬ ବର୍ଷୀୟ ଯୁବତୀ ଅଭିଯୋଗ କରିବାକୁ ଥାନା କୁ ଯାଇଥିବା ବେଳେ ତାଙ୍କୁ ନାଚିବାକୁ ପଡ଼ିଥିଲା । ତେବେ ସୂଚନା ଅନୁଯାୟୀ, ଜଣେ ୧୬ବର୍ଷୀୟ ନାବାଳିକା ତାଙ୍କ ଘର ମାଲିକଙ୍କ ପୁତୁରା ବିରୋଧରେ ଏଫଆଇଆର ଲେଖିବାକୁ ଯାଇଥିବା ବେଳେ ସେଠାରେ କାର୍ଯ୍ୟରତ ପୋଲିସ ଜଣଙ୍କ ନାବାଳିକା ଜଣଙ୍କୁ ନାଚିବାକୁ କହିଥିଲେ । ଏହାକୁ ନେଇ ଏକ ଭିଡିଓ ଏବେ ଗଣମାଧ୍ୟମରେ ଘୁରି ବୁଲୁଛି । କିନ୍ତୁ ଅନ୍ୟପଟେ ଗୋବିନ୍ଦ ନଗର ସର୍କିଲ ଅଫିସର ବିକାଶ କୁମାର ପାଣ୍ଡେଙ୍କ କହିବା ଅନୁସାରେ ଯୁବତୀଜଣକ ପୋଲିସ ଉପରେ ଚାପ ପକାଇବା ପାଇଁ ଏଭଳି ଭିଡିଓ ଭାଇରାଲ ହୋଇଛି । ଏନେଇ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here