Spread the love

ଭୁବନେଶ୍ୱର
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ବରିଷ୍ଠ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ଡାଇରେକ୍ଟର ଅଫ ଫ୍ୟାକ୍ଟରିଜ ଆଣ୍ଡ ବଏଲର ଓଡିଶାର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରାଙ୍କ ଭୁବନେଶ୍ୱର ସ୍ଥିତ ଘରେ ଭିଜିଲାନ୍ସ ଚଢଉ ଚାଲିଛି । ଭିଜିଲାନ୍ସ ରମେଶଙ୍କ ଅଫିସ ସମେତ ୬ଟି ସ୍ଥାନରେ ଏକା ସଙ୍ଗେ ଚଢଉ କରିଛି । ଭୁବନେଶ୍ୱର, କଟକ, ଯାଜପୁର, ପୁଡୁଚେରୀରେ ଥିବା ତାଙ୍କ ଘରେ ଚଢଉ ହୋଇଛି । ରମେଶ ପରିବାର ସହ ଅନେକ ଥର ବିଦେଶ ଗସ୍ତ କରିଥିଲେ ବୋଲି ମଧ୍ୟ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here