Spread the love

ଚେନ୍ନାଇ : ବିବାଦ ଘେରରେ ଏବେ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ।ଚେନ୍ନାଇର ଜଣେ ଓକିଲ ମାଡ୍ରାସ ହାଇକୋର୍ଟରେ ବିରାଟ କୋହଲିଙ୍କୁ ଗିରଫ କରିବାକୁ ପିଟିସନ ଦାଏର କରିଛନ୍ତି । ତେବେ ବିରାଟ କୋହଲି ଅନଲାଇନ ଗ୍ୟାମ୍ବଲିଙ୍ଗକୁ ନେଇ ବିବାଦରେ ଫସିଯାଇଛନ୍ତି |ଅନଲାଇନ ଗ୍ୟାମ୍ବଲିଙ୍ଗକୁ ସେ ପ୍ରମୋଟ କରୁଥିବା ଅଭିଯୋଗ ହୋଇଛି | ଆବେଦନରେ ସେହି ସବୁ ଆପକୁ ବ୍ୟାନ କରିବାକୁ ଦାବି କରାଯାଇଛି ଯେଉଁସବୁ ଆପ ମାଧ୍ୟମରେ ଅନଲାଇନ ଗ୍ୟାମ୍ବଲିଙ୍ଗ ହେଉଛି | ଏହାର ଖରାପ ପ୍ରଭାବ ଯୁବପିଢ଼ି ଉପରେ ପଡୁଥିବା ଆବେଦନରେ କୁହାଯାଇଛି |ଏହାସହ ଅନଲାଇନ ଗ୍ୟାମ୍ବଲିଙ୍ଗର ଏହି ପ୍ରମୋସନ ପାଇଁ ବିରାଟ କୋହଲି ଓ ଅଭିନେତ୍ରୀ ତମନ୍ନାଙ୍କୁ ବ୍ୟବହାର କରାଯାଉଛି ବୋଲି ଆବେଦନରେ ଉଲ୍ଲେଖ ରହିଛି |

LEAVE A REPLY

Please enter your comment!
Please enter your name here