Spread the love

ମୁୁମ୍ବାଇ: ଶେଷରେ ଆଇପିଏଲକୁ ଅଲବିଦା କରିଛି ଚୀନା ମୋବାଇଲ ନିର୍ମାତା ଭିଭୋ । ପୂର୍ବ ଲଦାଖ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତ-ଚୀନ ମଧ୍ୟରେ ସାମରିକ ଉତ୍ତେଜନା ସୃଷ୍ଟି ହେବା ପରେ ଦେଶବ୍ୟାପୀ ଚୀନା କମ୍ପାନୀ ଓ ସାମଗ୍ରୀ ବିରୋଧରେ ଜନମତ ସୃଷ୍ଟି ହୋଇଥିଲା । ଏପରିକି ଆଇପିଏଲ ପରିଚାଳନା ପରିଷଦ ରବିବାର ଚୀନା କମ୍ପାନୀ ଭିଭୋ ସହ ସମସ୍ତ ପ୍ରାୟୋଜକଙ୍କୁ ଅପରିବର୍ତ୍ତିତ ରଖାଯିବ ବୋଲି ଘୋଷଣା କରାଗଲା ପରେ ସାମାଜିକ ଗଣମାଧ୍ୟମରେ ଗତ ୪୮ ଘଣ୍ଟା ଧରି ବିସିସିଆଇକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ବିସିସିଆଇ ସହ ହୋଇଥିବା ଚୁକ୍ତି ଶେଷ ହେବାର ୩ ବର୍ଷ ପୁର୍ବରୁ ଭିଭୋ ଆଇପିଏଲ ଛାଡ଼ିଛି । ଭିଭୋ ୨୦୧୭ରେ ୨,୧୯୯ କୋଟି ଟଙ୍କାରେ ୫ ବର୍ଷ ପାଇଁ ଆଇପିଏଲର ଟାଇଟଲ ପ୍ରାୟୋଜକ ହେବାର ଅଧିକାର ପାଇଥିଲା । ୨୦୧୬ରେ ପେପସି ବାର୍ଷିକ ୩୯୬ କୋଟି ଟଙ୍କା ଚୁକ୍ତିରୁ ଓହରି ଯିବା ପରେ ଭିଭୋ ଏହି ଅଧିକାର ପାଇଥିଲା । ଭିଭୋର ଭାରତୀୟ ସଂସ୍ଥା ଭିଭୋ ଇଣ୍ଡିଆ ନିଜ ଆଡ଼ୁ ଚୁକ୍ତିରୁ ଓହରି ଯାଇଛି ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here