Spread the love

ସମ୍ବଲପୁର
ଭିସୁଟର ଜଣେ ଅଧ୍ୟାପିକାଙ୍କ ସ୍ୱାମୀ କରୋନାରେ ମୃତ୍ୟୁବରଣ କରିବା ପରେ ଆଜି ଗୋଟିିଏ ଦିନ ଲାଗି ଭିସୁଟକୁ ବନ୍ଦ କରିଦେଇଛନ୍ତିି କର୍ତ୍ତୁପକ୍ଷ । ଆଜି ଏହାକୁ ଅଧିକ ଦିନ ବନ୍ଦ କରାଯିବ ନା ନାହିଁ ତାହାର ନିଷ୍ପତ୍ତି ନିଆଯିବ । ଅପରପକ୍ଷେ ସମ୍ପୃକ୍ତ ଅଧ୍ୟାପିକାଙ୍କ ସ୍ୱାବ ପରୀକ୍ଷା ଲାଗି ପଠାଯାଇଛି । ତାଙ୍କର କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଆରମ୍ଭ ହୋଇଛି । ଅଧ୍ୟାପିକାଙ୍କ ସ୍ୱାମୀ ଅନୁଗୁଳ ନାଲକୋର ବରିଷ୍ଠ ଅଧିକାରୀ ବୋଲି ସୂଚନା ମିଳିଛି । ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ତାଙ୍କୁ ସୋମବାର ବୁର୍ଲାରୁ ତାଳଚେର କରୋନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଅଧିକାରୀ ନିଜ ଅଫିସକୁ ଯାଇଥିବା ସମୟରେ କ୍ୟାଣ୍ଟିନରେ ଖାଇବା ସହ ଏକ ବୈଠକରେ ମଧ୍ୟ ସାମିଲ ହୋଇଥିଲେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here