Spread the love

ନୂଆଦିଲ୍ଲୀ: ଭାରତକୁ ଚାପରେ ପକାଇବାକୁ ଚୀନର ନୂଆ ଅସ୍ତ୍ର । ବର୍ତ୍ତମାନ ଜଳକୁ ଅସ୍ତ୍ର କରି ଭାରତ ସହ ମୁହାଁମୁହିଁ ହେଉଛି ଚୀନ । ଭାରତର ଉପରମୁଣ୍ଡ ଅର୍ଥାତ ତିବ୍ଦତରୁ ଭାରତର କେତୋଟି ପ୍ରମୁଖ ନଦୀ ବାହାରି ଥିବାରୁ ଏକାଧିକ ବନ୍ଧ ନିର୍ମାଣ କରି ନଦୀ ଜଳ ଉପରେ ନିୟନ୍ତ୍ରଣ ଜାହିର କରୁଛି ଚୀନ । କେବଳ ଏତିକି ନୁହେଁ ଏହି ନଦୀର ଜଳକୁ ଅନ୍ୟ ଦିଗକୁ ମୁହାଁଇବାକୁ ଚେଷ୍ଟା କରୁଛି । ଏପରି ହେଲେ ଆଗକୁ ଭାରତର ସମସ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଏହି ନଦୀ କେବଳ ଭାରତ ପାଇଁ ନୁହେଁ, ବାଂଲାଦେଶ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଜଳ ଉତ୍ସ ଅଟେ । ସୂଚନାଯୋଗ୍ୟ ଯେ ୨୦୧୭ରେ ଭାରତ ସହ ଚୀନର ଡୋକଲାମ ବିବାଦ ପରେ ଚୀନ କୌଣସି ପୂର୍ବ ସୂଚନା ନ ଦେଇ ହଠାତ ବ୍ରହ୍ମପୁତ୍ର ନଦୀରେ ପାଣି ଛାଡି ଦେବାରୁ ଆସାମରେ ବନ୍ୟା ଆସିଥିଲା ଓ ଏଥିରେ ଅନେକ ଲୋକ ମୃତ୍ୟୁବରଣ କରିଥିଲେ । ସେହିପରି ବ୍ରହ୍ମପୁତ୍ର ଉପର ମୁଣ୍ଡରେ ଆଉ କେତେକ ଡ୍ୟାମ ନିର୍ମାଣ କରି ପାଣିକୁ ପଶ୍ଚିମ ତିବ୍ଦତରେ ଥିବା ସିଜିଆନ ପ୍ରଦେଶ ଆଡକୁ ମୁହାଁଇବାକୁ ଯୋଜନା ପ୍ରସ୍ତୁତ କରାଯାଉଛି ।

LEAVE A REPLY

Please enter your comment!
Please enter your name here