Spread the love

ନୂଆଦିଲ୍ଲୀ
କରୋନା ସ୍ଥିତିକୁ ଦେଖି ଆରବିଆଇ ମୋରାଟୋରିୟମ ପୈଠ ଉପରେ ଅଗଷ୍ଟ ୩୧ ଯାଏଁ ସ୍ଥଗିତାଦେଶ ଲଗାଇଥିଲା । ତେବେ ଏହି ଅବଧିରେ ବ୍ୟାଙ୍କଗୁଡିକ ସୁଧ ଉପରେ ସୁଧ ଆଦାୟ କରିଥିଲେ । ଏହାକୁ ବିରୋଧ କରି ଜଣେ ପିଟିସନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏବଂ ଡବଲ ସୁଧକୁ ନିଷିଦ୍ଧ କରିବା ପାଇଁ ଦାବି କରିଛନ୍ତି । ଆଜି କୋର୍ଟରେ ଏହି ମାମଲାର ଶୁଣାଣୀ ଆରମ୍ଭ ହୋଇଛି । ଏଥିରେ ସଲିସିଟର ଜେନେରାଲ କେନ୍ଦ୍ର ସରକାରଙ୍କ ପକ୍ଷ ରଖିଛନ୍ତି । ସେ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ବ୍ୟାଙ୍କିଂ କ୍ଷେତ୍ର ହେଉଛି ଅର୍ଥନୀତିର ମେରୁଦଣ୍ଡ । ଅର୍ଥନୀତିକୁ ଦୁର୍ବଳ କଲାଭଳି ଆମେ କୌଣସି ନିଷ୍ପତ୍ତି ନେଇପାରିବା ନାହିଁ ।

LEAVE A REPLY

Please enter your comment!
Please enter your name here