Spread the love

ନୂଆଦିଲ୍ଲୀ: ସମଗ୍ର ଦେଶ ଏବେ କରୋନା ସଂକ୍ରମଣକୁ ନେଇ ଚିନ୍ତାରେ ରହିଛି । ବିଗତ କିଛି ମାସ ହେବ ଏହି ରୋଗ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ବାଧିକ ଭାବେ କରୋନାରେ କ୍ଷତିଗ୍ରସ୍ତ ହୋଇଥିବା ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଥିଲେ ।ସେଠାରେ ସେ ଏକ ଗୁରୁତ୍ୱପର୍ଣ୍ଣ ବିଷୟରେ ନିଜର ମନ୍ତବ୍ୟ ଦେଇଥିଲେ ।  ସେ କହିଥିଲେ ,ଆମେ ସେତେବେଳେ କରୋନା ଯୁଦ୍ଧରେ ବିଜୟୀ ହୋଇପାରିବା ଯେତେବେଳେ ଦେଶର ଏହି ୧୦ଟି ରାଜ୍ୟ ଏହି ମହାମାରୀକୁ ହରାଇ ପାରିବ । ଯଦି ଏହାକୁ ହରାଇବାରେ ଆମେ ସଫଳ ହେଲେ ତେବେ ଭାରତ ଏହି ଯୁଦ୍ଧରେ ନିଶ୍ଚିନ୍ତ ଭାବେ ବିଜୟୀ ହେବ । ତେବେ ଏହି ୧୦ଟି ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ,ତାମିଲନାଡୁ ,ବିହାର ,ଗୁଜୁରାଟ, ଉତ୍ତରପ୍ରଦେଶ , ପଶ୍ଚିମବଙ୍ଗ, ତେଲେଙ୍ଗାନା , ଆନ୍ଧ୍ରପ୍ରଦେଶ ,ପଞ୍ଜାବ ଓ କର୍ଣ୍ଣାଟକ ରହିଛି ।

LEAVE A REPLY

Please enter your comment!
Please enter your name here