Spread the love

କଟକ: ଗତ କିଛିଦିନ ଧରି ଜୋର ଧରିଥିବା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ମାମଲାରେ ଆଜି ଅନୁଭବ ମହାନ୍ତି ଏକ ବଡ ବୟାନ ଦେଇଛନ୍ତି । ସେ ବର୍ଷାଙ୍କୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ।ଏନେଇ ସେ ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି । ତେବେ ଘରକୁ ମାନବାଧିକାର କର୍ମୀ ଯିବା ପ୍ରସଙ୍ଗରେ ସାଂସଦ ଅନୁଭବ ମହାନ୍ତି ମୁହଁ ଖୋଲିଛନ୍ତି । ମାନବଧିକାର କର୍ମୀମାନେ ପ୍ରତାରଣା କରିଥିବା କହିଲେ ଅନୁଭବ । ତଥାକଥିତ ମାନବାଧିକାର କର୍ମୀ ଏମିତି ପ୍ରତାରଣା କରିବେ ବୋଲି ସେ କେବେ ଭାବିନଥିଲେ ।ଆହୁରି ସେ କହିଛନ୍ତି ,ମାନବାଧିକାର କର୍ମୀମାନେ ମତେ ଓ ମୋ ବାପାମାଙ୍କୁ ଏମିତି ପ୍ରତାରଣା କରିବେ ବୋଲି ଭାବିନଥିଲି । ଏପରିକି ମୋ ବାପାମା ଅସୁସ୍ଥ ଥିବା ବେଳେ ସେମାନେ ପ୍ରତାରଣା କଲେ । ସେମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରିଥିଲି ବୋଲି ମଧ୍ୟ ଅନୁଭବ ମହାନ୍ତି କହିଛନ୍ତି । ମିଡିଆକୁ ମୁଁ କିମ୍ବା ସେମାନେ କିଛି କହିବେ ନାହିଁ ବୋଲି କହିଥିଲି । କିନ୍ତୁ ସେମାନେ ପ୍ରତାରଣା କରି ସମସ୍ତ ମିଛ କଥା ମିଡିଆକୁ କହିଛନ୍ତି ।ଏହାସହ ମୁଁ ଏବଂ ମୋ ମାଆ ଖୋଲାଖୋଲି କହିଥିଲୁ କି ଆମେ ବର୍ଷାଙ୍କୁ ଗ୍ରହଣ କରିବୁ ନାହିଁ । ମୋତେ ଓ ମୋ ବାପାମାଙ୍କୁ ମାରିଦେବାକୁ ଚାହୁଁଥିବା ଝିଅକୁ ଗ୍ରହଣ କରିବୁ ନାହିଁ । ଏ ଜନ୍ମରେ ନୁହେଁ କି କୌଣସି ଜନ୍ମରେ ଆମେ ବର୍ଷାଙ୍କୁ ଗ୍ରହଣ କରିବୁନାହୁଁ । ଅନ୍ୟପଟେ ଗୀତାଶ୍ରୀ ଦାସ ବର୍ଷା ଓ ତାଙ୍କ ପରିବାର ସହ ସାମିଲ ଥିବା ନେଇ ଅନୁଭବ କହିଛନ୍ତି ।

LEAVE A REPLY

Please enter your comment!
Please enter your name here