Spread the love

ଭୁବନେଶ୍ବର : ରାଜ୍ୟରେ ମୌସୁମୀ ପ୍ରଭାବରେ ଆସନ୍ତା ୧୭ ତାରିଖ ଯାଏଁ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏନେଇ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି ,କୋରାପୁଟ ,ରାୟଗଡା ,ଗଜପତି ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ କଳାହାଣ୍ଡି ,କନ୍ଧମାଳ ,ଗଞ୍ଜାମ , ପୁରୀ ,ନୟାଗଡ ଓ ବୌଦ୍ଧରେ ଘଡଘଡି ସହ ବଜ୍ରପାତ ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । କାଲି ପାଇଁ ମାଲକାନଗିରି ,କୋରାପୁଟ ,ନବରଙ୍ଗପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here