Torrential rain causing flood.
Spread the love

ଭୁବନେଶ୍ବର : ‌ପଶ୍ଚିମ – କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଏନେଇ ଆସନ୍ତା ସେପ୍ଟେମ୍ବର ୧୩ ସୁଦ୍ଧା ରାଜ୍ୟରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ୫ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି ।ବର୍ଷା ସମ୍ଭାବନା ନେଇ ୨୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର , ଭଦ୍ରକ, କଟକ, ଜଗତସିଂହପୁର , ଯାଜପୁର , କେନ୍ଦ୍ରାପଡା , ଗଜପତି , ଗଞ୍ଜାମ ,ଖୋର୍ଦ୍ଧା, ପୁରୀ ,ନୟାଗଡ, କଳାହାଣ୍ଡି ,କନ୍ଧମାଳ ,ବୌଦ୍ଧ,ବଲାଙ୍ଗିର , ସୁବର୍ଣ୍ଣପୁର, ସମ୍ବଲପୁର ,ଅନୁଗୁଳ, ଦେବଗଡ ,କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଆଗାମୀ ୫ଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବିଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here